Advertisment

ଆଜିଠୁ ଚିଲିକାରେ ପକ୍ଷୀଗଣନା, ୨୧ଟି ଟିମ୍‌ ନିୟୋଜିତ

ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡା ଓ ଚିଲିକା ଆଦି ୫ଟି ରେଞ୍ଜ ଲାଗି ୨୧ଟି ଟିମ୍ ଗଠନ କରାଯାଇଛି।

Bird Census

Bird Census

Advertisment

ଆଜିଠାରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହୋଇଛି । ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡା ଓ ଚିଲିକା ଆଦି ୫ଟି ରେଞ୍ଜ ଲାଗି ୨୧ଟି ଟିମ୍ ଗଠନ କରାଯାଇଛି।

Advertisment

ପ୍ରତ୍ୟେକ ଟିମରେ ୫ରୁ ୬ଜଣ ପକ୍ଷୀ ବିଶେଷଜ୍ଞ ରହିଛନ୍ତି। ସକାଳ ସାଢେ ପାଞ୍ଚଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ। ଜଳଭାଗରେ ୧୯ଟି ଟିମ୍‌ ଓ ସ୍ଥଳ ଭାଗରେ ୨ଟି ଟିମ୍‌ ରହି ଗଣନା କାର୍ଯ୍ୟ ଆରମ୍ଭ କରିଛନ୍ତି । ଜିପିଏସ, କ୍ୟାମେରା, ବାଇନାକୁଲାର ମାଧମରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି ।

ପକ୍ଷୀ ଗଣନା ସରିବା ଯାଏ ଚିଲିକାରେ ପର୍ଯ୍ୟଟକଙ୍କ ଲାଗି ବୋଟ୍ ଚଳାଚଳ ବନ୍ଦ ରହିବ। ଚିଲିକାକୁ ପ୍ରାୟ ୧୧୮ ପ୍ରଜାତିର ୯ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ ହୋଇଥିବା ବନ ବିଭାଗ ଆକଳନ କରିଛି।

Advertisment
Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe