Bird Counting
ଆଜିଠାରୁ ହୀରାକୁଦ ଡ୍ୟାମରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ସକାଳ ୬ଟାରୁ ଗଣନାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ପକ୍ଷୀ ଗଣନା କରାଯିବ। ଏଥିପାଇଁ ଡ୍ୟାମର ୫ଶହ ବର୍ଗ କିଲୋମିଟର ଅଞ୍ଚଳକୁ ମୋଟ ୨୧ଟି ସେଣ୍ଟରରେ ବିଭକ୍ତ କରାଯାଇଛି।
Advertisment
ପକ୍ଷୀ ଗଣନାରେ ମୋଟ ୩୨ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ଟିମ୍ରେ ସାମିଲ ହୋଇଛନ୍ତି। ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡାର ବନ ବିଭାଗ ମଧ୍ୟ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଏନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ସୂଚନା ଦେଇଛନ୍ତି।
ହୀରାକୁଦର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ସକାଳ ୬ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ପକ୍ଷୀ ଗଣନା ହେବ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
