Advertisment

୧୪ଟି ଶିଳ୍ପସଂସ୍ଥାର ୪୦୯୭ କୋଟି ବିଦ୍ୟୁତ ବିଲ୍ ଛାଡ କରିଛି ବିଜେଡି ସରକାର, କେବଳ ବେଦାନ୍ତର ୩୬୦୦କୋଟି

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ୨୦୧୫-୧୬ ଆର୍ଥିକ ବର୍ଷରୁ ରାଜ୍ୟ ଶିଳ୍ପ ନୀତି ଓ ଏସଇଜେଡ୍ ନୀତି ଆଧାରରେ ରାଜ୍ୟ ସରକାର ୧୪ଟି ଶିଳ୍ପ ସଂସ୍ଥାର ୪୦୯୭.୬୭କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ଛାଡ଼ କରିଛନ୍ତି ।

Vedanta Aluminium

Vedanta Aluminium

Advertisment

ରାଜ୍ୟର ପୂର୍ବ ବିଜେଡି ସରକାର ୧୪ଟି ଶିଳ୍ପ ସଂସ୍ଥାର ମୋଟ ୪୦୯୭.୬୭କୋଟି ଟଙ୍କାର ବିଦ୍ୟୁତ ଦେୟ ଛାଡ଼ କରିଛନ୍ତି । ଏଥିରେ ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଲିମିଟେଡର କେବଳ ୩୫୯୯.୮୮କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ରହିଛି । ସେହିପରି ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ଉପରେ ଏବେବି ୧୦୯୬.୩୨କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ଦେୟ ବାକି ରହିଛି । ଆଜି ବିଧାନସଭାରେ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଦେଇଥିବା ସୂଚନାରୁ ଏହି ତଥ୍ୟ ଜଣାପଡ଼ିଛି ।

Advertisment

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ୨୦୧୫-୧୬ ଆର୍ଥିକ ବର୍ଷରୁ ରାଜ୍ୟ ଶିଳ୍ପ ନୀତି ଓ ଏସଇଜେଡ୍ ନୀତି ଆଧାରରେ ରାଜ୍ୟ ସରକାର ୧୪ଟି ଶିଳ୍ପ ସଂସ୍ଥାର ୪୦୯୭.୬୭କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ଛାଡ଼ କରିଛନ୍ତି । ଝାରସୁଗୁଡ଼ାର ଭୁରକାମୁଣ୍ଡାସ୍ଥିତ ବେଦାନ୍ତ ଲିମିଟେଡ ଉପରେ ଥିବା ୩୫୯୯.୮୮କୋଟି ଟଙ୍କାର ବିଦ୍ୟୁତ ଶୁଳ୍କକୁ ଏସଇଜେଡ-୨୦୧୫ ନୀତି ଆଧାରରେ ଛାଡ଼ କରାଯାଇଛି । ସେହିପରି ପାରାଦୀପ ଆଇଓସିଏଲ ଉପରେ ୩୧୪.୦୩କୋଟି ଟଙ୍କାର ବିଦ୍ୟୁତ ଶୁଳ୍କକୁ ରାଜ୍ୟ ସରକାର କରିଥିବା ଏମଓୟୁ ଆଧାରରେ ଛାଡ଼ କରିଛନ୍ତି । ବାକି ୧୨ଟି କମ୍ପାନୀର ବିଦ୍ୟୁତ ଶୁଳ୍କକୁ ତତକାଳୀନ ବିଜେଡି ସରକାର ନିଜର ଶିଳ୍ପ ନୀତିରେ ପ୍ରୋତ୍ସାହନ ଦେବା ଆଧାରରେ ଛାଡ଼ କରିଥିବା ଜଣାପଡ଼ିଛି ।

ସେହିପରି ଚଳିତବର୍ଷ ଅକ୍ଟୋବର ସୁଦ୍ଧା ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ୁପରେ ୧୦୯୬.୩୨କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ବକେୟା ରହିଛି । ଏଥିରେ ସର୍ବାଧିକ ତାଳଚେରସ୍ଥିତ ଜିନ୍ଦଲଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡ ଉପରେ ୨୮୫.୦୨କୋଟି ଟଙ୍କା, ଯାଜପୁର ଭିସା ଷ୍ଟିଲ ଉପରେ ୨୪୬କୋଟି ଟଙ୍କା, ଢେଙ୍କାନାଳ ଜିଏମଆର କମଳାଙ୍ଗ ଉପରେ ୧୭୯.୩୫କୋଟି ଟଙ୍କା ଓ ଯାଜପୁର ମଇଥାନ ଇସ୍ପାତ ନିଗମ ଉପରେ ୮୫.୩୧କୋଟି ଟଙ୍କା, ସମ୍ବଲପୁର ଶ୍ୟାମ ମେଟାଲିକ୍ସ ଉପରେ ୮୩.୨୫କୋଟି ଟଙ୍କା, ପାରାଦୀପ ଓସ୍ୱାଲ କେମିକାଲ୍ସ ଉପରେ ୭୯.୯୫କୋଟି ଟଙ୍କା, ଯାଜପୁର ୟାଜଦାନି ଷ୍ଟିଲ୍ ଆଣ୍ଡ ପାୱାର ଉପରେ ୧୩.୬୮କୋଟି ଟଙ୍କା ବିଦ୍ୟୁତ ଶୁଳ୍କ ବକେୟା ରହିଛି ।

Advertisment

ସେହିପରି ବିଦ୍ୟୁତ ବକେୟା ରଖିଥିବା ଓ ଏକକାଳୀନ ସମାଧାନ ଯୋଜନା(ଓଟିଏସ)ର ଲାଭ ଉଠାଇ ୩୬ଟି ଶିଳ୍ପ ସଂସ୍ଥା ନିଜର ୧୩୨୪.୮୩କୋଟି ଟଙ୍କାର ବିଦ୍ୟୁତ ବକେୟା ପରିଶୋଧ କରିଥିବା ଶକ୍ତିମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଲିଖିତ ଉତ୍ତରରୁ ଜଣାପଡ଼ିଛି ।

Vedanta Limited
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe