Advertisment

ସଚିବାଳୟ ଘେରାଉ କରିବ ବିଜେଡି : କର୍ମଚାରୀଙ୍କ ପାଇଁ ଗାଇଡଲାଇନ୍ ଜାରି, ସୁରକ୍ଷା କଡ଼ାକଡ଼ି

ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନ ଓ ବିଭାଗୀୟ ମୁଖ୍ୟାଳୟ ଭବନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଆସନ୍ତାକାଲି ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ୍‌ ଆସିବା ନିମନ୍ତେ ତାଗିଦ୍ କରାଯାଇଛି ।

BJD

BJD

Advertisment

ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାର ପ୍ରତିବାଦରେ ବିଜେଡି ଆସନ୍ତାକାଲି ସଚିବାଳୟ/ଲୋକସେବା ଭବନ ଘେରାଉ କରିବାକୁ ଘୋଷଣା କରିଛି । ବିଜେଡିର ଏହି ପ୍ରସ୍ତାବିତ ଘେରାଉକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ନିଜର କର୍ମଚାରୀମାନଙ୍କ ପାଇଁ ଗାଇଡଲାଇନ୍ ଜାରି କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିଛନ୍ତି । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନ ଓ ବିଭାଗୀୟ ମୁଖ୍ୟାଳୟ ଭବନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଆସନ୍ତାକାଲି ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ୍‌ ଆସିବା ନିମନ୍ତେ ତାଗିଦ୍ କରାଯାଇଛି ।

Advertisment

ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର.କେ.ଶର୍ମା ସମସ୍ତ ବିଭାଗର ସଚିବ ଓ ସ୍ୱତନ୍ତ୍ର ସଚିବମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ବିଜେଡିର ପ୍ରସ୍ତାବିତ ଲୋକସେବା ଭବନ ଘେରାଉକୁ ଦୃଷ୍ଟିରେ ଏହି ସବୁ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବି କରି ବିଜେଡି ପକ୍ଷରୁ ଏହି ଘେରାଉ କରାଯାଉଛି । 

ତେଣୁ ଏହି ସବୁ ପ୍ରତିଷ୍ଠାନରେ କାର୍ଯ୍ୟରତ କର୍ମଚାରୀମାନେ ସମ୍ଭାବ୍ୟ ଗୁରୁତର ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୧୬ତାରିଖ ସକାଳ ସାଢ଼େ ୯ଟା ସୁଦ୍ଧା ନିଜ ନିଜ ଅଫିସରେ ଉପସ୍ଥିତ ହେବାକୁ ପରାମର୍ଶ ଦିଆଯାଇଛି ।  ସକାଳ ସାଢ଼େ ୯ଟାରେ ଲୋକସେବା ଭବନର ମୁଖ୍ୟ ଦ୍ୱାର ବନ୍ଦ କରାଯିବ ଓ ସମସ୍ତ ଯାତାୟତ ପଛପଟ ଗେଟ୍ ମଧ୍ୟ ଦେଇ ନିୟନ୍ତ୍ରିତ କରାଯିବ । ସଚିବାଳୟର ନାଲିକୋଠା ଓ ମୁଖ୍ୟ କୋଠା ମଧ୍ୟରେ ଥିବା ସଂଯୋଗୀକରଣ ଯାତାୟତ ଦ୍ୱାର ଖୋଲା ରହିବ ।

Advertisment

ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି କର୍ମଚାରୀ ଓ ଭିଜିଟର୍ସମାନଙ୍କ ପରିଚୟ ପତ୍ର ଏବଂ ପାସ୍ ଯାଂଚ କଡ଼ାକଡ଼ି କରାଯିବ । କାର ପାସ୍ ଥିବା ଗାଡ଼ିଗୁଡ଼ିକୁ ବୈଧ ଅନୁମତି ବିନା ପ୍ରବେଶ ଅନୁମତି ଦିଆଯିବ ନାହିଁ ।  କେବଳ ପୂର୍ବ ନିର୍ଦ୍ଧାରିତ ଓ ଜରୁରୀ କାର୍ଯ୍ୟ ଥିବା ବ୍ୟକ୍ତିଙ୍କୁ ପ୍ରବେଶ ନିମନ୍ତେ ପାସ୍ ଦିଆଯିବ । ଏହି ପାସ୍ ସଂପୃକ୍ତ ବିଭାଗର ସୁପାରିଶ କ୍ରମେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଦ୍ୱାରା ଜାରି କରାଯିବ । ସେହିପରି ସମସ୍ତ ବିଭାଗର କର୍ମଚାରୀମାନେ ନିଜ ସିଟରେ ବସି କାର୍ଯ୍ୟ କରିବା ଓ ଅନାବଶ୍ୟକ ଚଳପ୍ରଚଳଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ବିଜେଡିର ଦାବି ବିଚାର ବିଭାଗୀୟ ତଦନ୍ତ

ଛାତ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜେଡି ଦାବି କରିଛି । ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଛି । ପ୍ରାୟ ୬ମାସ ଧରି ଏଫଏମ୍ କଲେଜ ଛାତ୍ରୀ ସୌମ୍ୟଶ୍ରୀଙ୍କୁ ନିର୍ଯାତନା ଦିଆଯାଉଛି । ସମସ୍ତଙ୍କ ପାଖରେ ସେ ଅଭିଯୋଗ କରିଛନ୍ତି । କିନ୍ତୁ ସବୁ ସ୍ଥାନରୁ ନିରାଶ ହେବାପରେ ଆତ୍ମାହୂତି ଦେଲେ ।

ଗତକାଲି ଏମସରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପରେ ତାଙ୍କୁ ମୃତ୍ୟୁ ଘୋଷଣା କରାଗଲା । ଏହି ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଛି । ବିଜେଡି ଏନେଇ ପ୍ରତିବାଦ ଜାରି ରଖିଛି । ବିଜେଡି ପକ୍ଷରୁ ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ମହମବତୀ ଜାଳି ପ୍ରତିବାଦ କରଇଥିବାବେଳେ ଆସନ୍ତାକାଲି ଲୋକସେବା ଭବନ ଘେରା

Odisha BjD Balasore fm-college
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe