Advertisment

ମାଆ ଚର୍ଚ୍ଚିକାଙ୍କୁ ଶଙ୍ଖ ଶାଢ଼ୀ ପିନ୍ଧାଇଦେଲେ BJD କର୍ମୀ!

କଟକ ଜିଲ୍ଲା ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ଚର୍ଚ୍ଚିକା। ରାଜ୍ୟର ଅନ୍ୟତମ ଶକ୍ତି ପୀଠ। ପ୍ରତିଦିନ ଭୋର ସମୟରେ ମାଆଙ୍କ ମାଜଣା ନୀତି ହୋଇଥିଏ। ମାଜଣା ନୀତି ପରେ ମାଆ ନୂଆ ଶାଢ଼ୀ ପରିଧାନ କରିଥାଆନ୍ତି।

Maa Charchika

Maa Charchika

Advertisment

ଶ୍ରଦ୍ଧା ନା ଅହଙ୍କାର! କିଏ କହିବ? ଶେଷରେ ମାଆ ଚର୍ଚ୍ଚିକାଙ୍କୁ ଶଙ୍ଖ ଚିହ୍ନ ଥିବା ଶାଢ଼ୀ ପିନ୍ଧାଇଦେଲେ BJD କର୍ମୀ! ଯାହାକୁ ନେଇ ମାଆ ଚର୍ଚ୍ଚିକାଙ୍କ ଭକ୍ତ, ମନ୍ଦିର ସେବାୟତ ଓ ବରିଷ୍ଠ ନାଗରିକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ କିଏ ଓ କାହିଁକି ସେହି ଶାଢ଼ୀ ମାଆଙ୍କୁ ପିନ୍ଧାଇବାକୁ ସେବାୟତଙ୍କୁ ଦେଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ମନ୍ଦିର ସେବାୟତଙ୍କ ମଧ୍ୟରେ ଏହାକୁ ଘଣ୍ଟାଚକଟା ଆରମ୍ଭ ହୋଇଛି।

Advertisment

କଟକ ଜିଲ୍ଲା ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ଚର୍ଚ୍ଚିକା। ରାଜ୍ୟର ଅନ୍ୟତମ ଶକ୍ତି ପୀଠ। ପ୍ରତିଦିନ ଭୋର ସମୟରେ ମାଆଙ୍କ ମାଜଣା ନୀତି ହୋଇଥିଏ। ମାଜଣା ନୀତି ପରେ ମାଆ ନୂଆ ଶାଢ଼ୀ ପରିଧାନ କରିଥାଆନ୍ତି। ସବୁଦିନ ପରି ଆଜି ସକାଳେ ମାଆଙ୍କ ସ୍ନାନ ନୀତି କରୁଥିଲେ ଜଣେ ୯୫ ବର୍ଷିୟ ସେବାୟତ। ଠିକ୍‌ ସେହି ସମୟରେ କିଛି ଯୁବକ ପଲିଥିନ୍‌ରେ ଗୋଡାଇ ଶାଢ଼ୀ ଦେଇ ଯାଇଥିଲେ। ଆଉ ଗଲା ବେଳେ କହିଯାଇଥିଲେ, ସ୍ନାନ ପରେ ମାଆଙ୍କୁ ସେହି ପିନ୍ଧାଇବାକୁ। ବୃଦ୍ଧ ସେବାୟତ ଜଣକ ଅଜାଣତରେ ମାଆଙ୍କୁ ସେହି ଶାଢ଼ୀ ପିନ୍ଧାଇ ଦେଇଥିଲେ।

ପରବର୍ତ୍ତୀ ସମୟରେ ଅନ୍ୟ ସେବାୟତମାନେ ମାଆଙ୍କ ପୂଜା ନୀତି କରିବାକୁ ଆସିଥିଲେ। ସେହି ସମୟରେ ମାଆଙ୍କୁ ଶଙ୍ଖ ଶାଢ଼ୀ ପିନ୍ଧା ଯାଇଥିବା ଦେଖିବାକୁ ପାଇଥିଲେ। ସେମାନେ ଏହାକୁ ବିରୋଧ କରିଥିଲେ। କୌଣସି ବିଜେଡି କର୍ମୀ ଏହି ଶାଢ଼ୀ ପିନ୍ଧାଇବାକୁ ଦେଇଥିବା ଚର୍ଚ୍ଚା ହେଉଛି। ସବୁଠାରୁ ଦୁଃଖର କଥା ହେଉଛି, ମାଆଙ୍କୁ ପିନ୍ଧାଯାଇଥିବା ଶଙ୍ଖ ଚିହ୍ନ ଥିବା ଶାଢ଼ୀ ବାଙ୍କୀ ବିଜେଡି ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀଙ୍କ ନାମାଙ୍କନ ଦାଖଲ ଶୋଭାଯାତ୍ରାରେ ସାମିଲ୍‌ ଥିବା ମହିଳାମାନେ ପିନ୍ଧିଥିବା ଦେଖିବାକୁ ମିଳିଛି। ତେଣୁ ଏହି ଶାଢ଼ୀ ବିଧାୟକଙ୍କ ସମର୍ଥକ ଦେଇଥିବା ଚର୍ଚ୍ଚା ହେଉଛି।

Advertisment

ମାଆଙ୍କୁ ଶଙ୍ଖ ଶାଢ଼ୀ ପିନ୍ଧାଇବାକୁ ନେଇ ମନ୍ଦିର ସେବାୟତ ସଞ୍ଜୟ ରଣା କହିଛନ୍ତି, ଓଡ଼ିଶାର ଯେତେ ସବୁ ଶକ୍ତି ପୀଠ ଅଛି, ସେଥି ମଧ୍ୟରେ ମାଆ ଚର୍ଚ୍ଚିକା ହେଉଛନ୍ତି ସବୁଠାରୁ ବଡ଼ ଶକ୍ତି ପୀଠ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ଯେଉଁ ଲୁଗା ମାଆଙ୍କୁ ପିନ୍ଧାଗଲା, ଏଇଟା କେବଳ ବାଙ୍କୀବାସୀଙ୍କ ପାଇଁ ନୁହେଁ, ସମଗ୍ର ଓଡ଼ିଶାର ମାଆଙ୍କ ଭକ୍ତଙ୍କ ମନକୁ କୋଠାରଘାତ ଦେଇଛି। ବିଜେଡି ଶୋଭାଯାତ୍ରାରେ ବୁଲୁଥିବା ମହିଳାମାନେ ପିନ୍ଧିଥିବା ଶଙ୍ଖ ଚିହ୍ନ ଥିବା ଶାଢ଼ୀକୁ ମାଆଙ୍କୁ ପିନ୍ଧାଇ ଦେଲେ? ଏଇଟା କେତେଦୂର ଗ୍ରହଣ ଯୋଗ୍ୟ? କାଲି କଂଗ୍ରେସର ହାତ ଚିହ୍ନ ଓ ବିଜେପି ପଦ୍ମ ଫୁଲ୍‌ ଚିହ୍ନ ଥିବା ଶାଢ଼ିକୁ ଯଦି ମାଆଙ୍କୁ ପିନ୍ଧାଇବାକୁ ଆସିବେ, ତାହାହେଲେ କ’ଣ ହେବ ପରିସ୍ଥିତି ବୋଲି ସେବାୟତ ଜଣକ ପ୍ରଶ୍ନ କରିଛନ୍ତି।

ବିଜେଡିର ଏପରି ଉଦ୍ୟମକୁ ନିନ୍ଦା କରିଛନ୍ତି ବିଜେପି। ବିଜେପି ନେତା ସନ୍ତୋଷ କୁମାର ରଣା କହିଛନ୍ତି, ମାଆ ଚର୍ଚ୍ଚିକାଙ୍କୁ ବିଜେଡି ଶଙ୍ଖ ଚିହ୍ନ ଥିବା ଶାଢ଼ୀ ପନ୍ଧାଇବା ଦୁର୍ଭାଗ୍ୟର ବିଷୟ। ଏହାକୁ ଆମେ ଘୋର ବିରୋଧ କରୁଛୁ। ଏନେଇ ଆମେ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିବୁ ବୋଲି ଶ୍ରୀ ରଣା କହିଛନ୍ତି।

ଜବାବରେ ବିଜେଡି ନେତା ସନ୍ତୋଷ କୁମାର ରଣା କହିଛନ୍ତି, ମାଆ ଚର୍ଚ୍ଚିକା ହେଉଛନ୍ତି ବାଙ୍କୀର ଇଷ୍ଟଦେବୀ। ସମସ୍ତଙ୍କର ମାଆଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ଭାବ ରହିଛି। ମାଆ ପିନ୍ଧୁଥିବା ଶାଢ଼ୀରେ ବିଭିନ୍ନ ପ୍ରକାର ଫୁଲ ଓ ଅନ୍ୟାନ୍ୟ ଚିହ୍ନ ଥାଏ। ସେହି ଶାଢ଼ୀରେ କେଉଁ ଚିହ୍ନ ରହିଛି, ଆମେ ତାକୁ ଛୋଟ ଆଖିରେ ଦେଖିନୁ। ମାଆ ଶଙ୍ଖ ଚିହ୍ନ ଶାଢ଼ୀ ପିନ୍ଧିଥିବା ଯେଉଁମାନଙ୍କ ଆଖିରେ ଦେଖାଯାଉଛି, ସେମାନଙ୍କ ଭାବନା ଭୁଲ୍‌। ବିଜେଡି ମାଆ ଚର୍ଚ୍ଚିକାଙ୍କୁ ସମ୍ମାନ ଦିଏ। ଆମେ ସମସ୍ତେ ମାଆଙ୍କ ପାଖରେ ସମର୍ପିତ ବୋଲି ଶ୍ରୀ ରଣା କହିଛନ୍ତି।

ରିପୋର୍ଟ-ବାଙ୍କୀରୁ ସଞ୍ଜୀପ କୁମାର ନାୟକ

Maa Charchika Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe