Advertisment

ରୁଷରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି ବିକେ ସୁଧାରାଣୀ; ସମ୍ମାନିତ କଲେ ରାଷ୍ଟ୍ରପତି

ପ୍ରଧାନମନ୍ତ୍ରୀଙ୍କ ଟାକ୍ସ ‘ପରବର୍ତ୍ତୀ ସମୟରେ ଆଉ ୫ ଜଣଙ୍କୁ ସାଥୀରେ ଆଣିବାକୁ’ ନେଇ ବିକେ ସୁଧାରାଣୀ ଗୁପ୍ତା କହିଛନ୍ତି, ନିଶ୍ଚିତ ଭାବେ ପରବର୍ତ୍ତୀ ପ୍ରବାସୀ ଭାରତୀୟ ଦିବସରେ ଆମେ ଆଉ ୫ ଜଣଙ୍କୁ ସାଥୀରେ ଧରି ଆସିବୁ।

BK Sudha Rani Gupta

BK Sudha Rani Gupta

Advertisment

ଯୁଦ୍ଧର ବିଭୀଷିକା ଭିତରେ ରୁଷରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି ବ୍ରହ୍ମକୁମାରୀ ସୁଧାରାଣୀ ଗୁପ୍ତା। ଆଧ୍ୟାତ୍ମିକ ମାର୍ଗରେ ଭାରତର ସଂସ୍କୃତିକୁ ବିଦେଶରେ ପ୍ରଚାର ପ୍ରସାର କରୁଛନ୍ତି। ଦୀର୍ଘ ବର୍ଷ ଧରି ସେ ଏହି କାର୍ଯ୍ୟରେ ନିୟୋଜତ ଅଛନ୍ତି। ସେଥିପାଇଁ ତାଙ୍କୁ ସମ୍ମାନିତ କରାଯାଇଛି। ପ୍ରବାସୀ ଭାରତୀୟ ଦିବସରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଆଜି ସମ୍ମାନିତ କରିଛନ୍ତି।

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ୧୯୫୩ ମସିହାରେ ଜନ୍ମଗ୍ରହଣ କରିଥିଲେ ବିକେ ସୁଧାରାଣୀ ଗୁପ୍ତା। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବଟାନିରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ସେ ଆଧ୍ୟାତ୍ମିକ ମାର୍ଗକୁ ଯାଇଥିଲେ। ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ଦୀକ୍ଷା ଗ୍ରହଣ କରି ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି। ଏବେ ସେ ରୁଷରେ ବାସ କରୁଛନ୍ତି। ସେଠାରେ ଆଧ୍ୟାତ୍ମିକ ମାର୍ଗରେ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର କରୁଛନ୍ତି।

ଓଡ଼ିଶାରେ ଆୟୋଜିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ପାଇଁ ବିକେ ସୁଧାରାଣୀ ଗୁପ୍ତା ଭୁବନେଶ୍ୱର ଆସିଛନ୍ତି। ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିବା ପରେ ସେ ଖୁସି ପ୍ରକାଶ କରିଛନ୍ତି। ଆତ୍ମବିଭୋର ହୋଇ ସେ କହିଛନ୍ତି ଯେ ଏଠାକାର ବାତାବରଣ ଦେଖିଲେ ଲାଗୁଛି ସତେ ଯେମିତି ଗୋଟିଏ ବଗିଚା ବନି ଯାଇଛି। ଆଉ ସେହି ବଗିତାରେ ଫୁଲମାନେ ଖିଲି ଖିଲି ହୋଇ ହସୁଛନ୍ତି। ଆମେମାନେ ବିଦେଶରେ ରହୁଛୁ ସତ, ହେଲେ ବିଦେଶୀ ହୋଇନାହୁଁ। ବିଦେଶରେ ରହୁଥିଲେ ମଧ୍ୟ ଭାରତୀୟ। ଆଉ ଭାରତର ପ୍ରାଚିତ ସଂସ୍କୃତି ଓ କଳାକୁ ବିଦେଶରେ ପ୍ରଚାର ପ୍ରସାର କରୁଛନ୍ତି ବୋଲି ବିକେ ସୁଧାରାଣୀ ଗୁପ୍ତା କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ବିକଶିତ ଭାରତ ପାଇଁ ଆମେ କ’ଣ କରିପାରିବା? ସେ ସମ୍ପର୍କରେ ଅମ୍ୱାସି ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିବୁ। ପିଲା ଦିନରେ ପଢ଼ିଥିଲୁ, ଭାରତ ସୁନାର ପକ୍ଷୀ ଥିଲା। ଏଠାରେ କ୍ଷୀର ଓ ଘିଅର ନଦୀ ପ୍ରବାହିତ ହେଉଥିଲା। ଏଠି ସିଂହ ଓ ଗାଈ ଗୋଟିଏ ଘାଟରେ ପାଣି ପିଉଥିଲେ। ସେମିତିକା ଭାରତ ତିଆରି କରିବା ପାଇଁ ଚାହୁଁଛୁ। ଭୌତିକ ଓ ଆଧ୍ୟାତ୍ମିକ ରୂପେ ଭାରତର ବିକଶ କରିବା ପାଇଁ ଅମ୍ୱାସିଙ୍କ ସହିତ ମିଶି ବିଭିନ୍ନ କାର୍ଯ୍ୟକ୍ରମ କରୁଛି ଓ ଆଗକୁ କରିବୁ ବୋଲି ବିକେ ସୁଧାରାଣୀ ଗୁପ୍ତା କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଟାକ୍ସ ‘ପରବର୍ତ୍ତୀ ସମୟରେ ଆଉ ୫ ଜଣଙ୍କୁ ସାଥୀରେ ଆଣିବାକୁ’ ନେଇ ବିକେ ସୁଧାରାଣୀ ଗୁପ୍ତା କହିଛନ୍ତି, ନିଶ୍ଚିତ ଭାବେ ପରବର୍ତ୍ତୀ ପ୍ରବାସୀ ଭାରତୀୟ ଦିବସରେ ଆମେ ଆଉ ୫ ଜଣଙ୍କୁ ସାଥୀରେ ଧରି ଆସିବୁ। ସେମାନେ ଏଠାକୁ ଆସିଲେ ଭାରତର ସଂସ୍କୃତ ଓ ପରମ୍ପରାକୁ ଅତି ପାଖରୁ ଦେଖିବେ। ଆଉ ବିଦେଶରେ ତାର ପ୍ରଚାର ପ୍ରସାର କରିବେ। ମୋର ବିଶ୍ୱାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାହା ନିଶ୍ଚିତ ଭାବେ ପୂରଣ ହେବ। ଆମେ ସେଥିପ୍ରତି ତତ୍ପର ରହିଛୁ ବୋଲି ସୁଧାରାଣୀ ଗୁପ୍ତା କହିଛନ୍ତି।

ଓଡ଼ିଶା ସମ୍ପର୍କରେ ସେ କହିଛନ୍ତି, ଓଡ଼ିଶାର ଅନ୍ୟ କୌଣସି ସ୍ଥାନ ବୁଲିବା ପାଇଁ ଯାଇପାରି ନାହିଁ। କିନ୍ତୁ ଏଠାକାର ପରିବେଶ ମନୋମୁଗ୍ଧକର। ଏଠାରେ ବ୍ୟବସ୍ଥା ବହୁତ ବଢ଼ିଆ ହୋଇଥିଲା। ଓଡ଼ିଶା ଆର୍ଟ ଆଣ୍ଡ କଲ୍‌ଚର ଓ ପ୍ରତି ସନ୍ଧ୍ୟାରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ସୁନ୍ଦର। ତେଣୁ ଆମର ଏହି ସଂସ୍କୃତିକୁ କେବେ ଭୁଲିବା କଥା ନୁହେଁ। ଏହାର ପ୍ରଚାର ପ୍ରସାର କରିବା କଥା ବୋଲି ବିକେ ସୁଧାରାଣୀ ଗୁପ୍ତା କହିଛନ୍ତି।

Bhubaneswar Pravasi Bharatiya Divas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe