Advertisment

ମୃତକଙ୍କୁ ବଞ୍ଚାଇବା ପାଇଁ ଗାଁ ଠାକୁରାଣୀଙ୍କ ପାଖରେ ଚାଲିଲା ପୂଜାର୍ଚ୍ଚନା; ଶେଷରେ ...

ମଣିଷ ଯାଇ ଚନ୍ଦ୍ରପୃଷ୍ଠରେ ପାଦ ଥାପିଲାଣି ହେଲେ ଏପର୍ଯ୍ୟନ୍ତ ମଣିଷ ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛି।

ଅଦ୍ୟତନ ହୋଇଛି
jaleswar

jaleswar

Advertisment

ପୁଅକୁ ମୃତ ଘୋଷଣା କରି ଫେରାଇ ଦେଲେ ଡାକ୍ତର। ହେଲେ ପରିବାର ଲୋକେ ପୁଅର ମୃତଦେହକୁ ଶଶ୍ମାନକୁ ନ ନେଇ ଗାଁ ଠାକୁରାଣୀଙ୍କ ପାଖକୁ ନେଇ ଗଲେ। ମୃତ ପୁଅକୁ ବଞ୍ଚାଇବା ପାଇଁ ମା’ଙ୍କ ପାଖରେ କଲେ ପୂଜାର୍ଚ୍ଚନା। ହେଲେ ପୁଅ ଆଉ ଜିଇଁ ଉଠିଲା ନାହିଁ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡପିମ୍ପଳ ଗାଁରେ।

Advertisment

ଘଟଣାଟି ଥିଲା ଏମିତି, ଗତକାଲି ଝାଡପିମ୍ପଳ ଗ୍ରାମର ତ୍ରୀପାନ ଦଣ୍ତପାଟଙ୍କ ୧୪ବର୍ଷର ପୁଅ ଘର ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ତେଣୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ ଓ ତ୍ରୀପାନଙ୍କୁ ଖୋଜାଖୋଜି କରିଥିଲେ। ପରେ ଗାଁଲୋକେ ପୋଖରୀରେ ତ୍ରୀପାନ ଭାସୁଥିବା ଦେଖିଥିଲେ। ତ୍ରୀପାନଙ୍କୁ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ବାଲିଆପାଳ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତ୍ରୀପାନଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଥିଲେ। 

ଏହି ସମୟରେ ଗାଁର ଜଣେ ବ୍ୟକ୍ତି ପୁଅକୁ ଗାଁ ଠାକୁରାଣୀଙ୍କ ପାଖକୁ ନେଇ ଯିବାକୁ କହିଥିଲେ। ମା’ଙ୍କ ପୂଜାର୍ଚ୍ଚାନା କଲେ ପୁଅ ବଞ୍ଚିଯିବ ବୋଲି କହିଥିଲେ। ପରିବାର ଲୋକ ମଧ୍ୟ ସେହି ବ୍ୟକ୍ତିର କଥାକୁ ବିଶ୍ୱାସ ରଖି ମା’ଙ୍କ ପାଖକୁ ନେଇ ଯାଇଥିଲେ। ମୃତ ପୁଅକୁ ଜୀବିତ କରିବା ପାଇଁ କରାଯାଇଥିଲା ପୂଜାର୍ଚ୍ଚନା। ହେଲେ ପୁଅ ଆଉ ଉଠିନଥିଲା। ଶେଷରେ ପରିବାର ଲୋକେ ପୁଅର ମୃତଦେହ ନେଇ ନିରାଶ ହୋଇ ଘରକୁ ଫେରିଥିଲେ।

Advertisment

ତେବେ ଆଜିର ବିଜ୍ଞାନ ଯୁଗରେ ମୃତ ପିଲାର ଜୀବନ ବଞ୍ଚାଇବା ପାଂଇ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Balasore Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe