Advertisment

ଗର୍ଜନ ପାହାଡ଼ରେ ଗର୍ଜୁଛି ବ୍ଲାକ ପାନ୍ଥର, କ୍ୟାମେରାରେ କଏଦ ହେଲା

ସୁନ୍ଦରଗଡ଼ ହେମଗିରି ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ଼ ଜଙ୍ଗଲରେ ଏହି ବ୍ଲାକ୍ ପାନ୍ଥର ଠାବ ହୋଇଥିବା ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Black Panther

Black Panther

Advertisment

ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଠାବ ହେଲା ବ୍ଲାକ ପାନ୍ଥର। ସୁନ୍ଦରଗଡ଼ ହେମଗିରି ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ଼ ଜଙ୍ଗଲରେ ଏହି ବ୍ଲାକ୍ ପାନ୍ଥର ଠାବ ହୋଇଥିବା ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଅଲ୍ ଓଡ଼ିଶା ଲିଓପାର୍ଡ ସର୍ଭେରୁ ମିଳିଛି ଏହି ବ୍ଲାକ ପାନ୍ଥର ଥିବାର ସୂଚନା ମିଳିଛି। ୨୦୨୩ ଡିସେମ୍ବରରେ ମଧ୍ୟ ଏକ ବ୍ଲାକପାନ୍ଥର ଠାବ ହୋଇଥିଲା। ତେବେ ଗର୍ଜନ ପାହାଡ଼ରେ ଥିବା ଜଙ୍ଗଲରେ ଅଧିକ କ୍ୟାମେରା ଲଗାଯିବ ଏବଂ ଏହି ବାଘ ବିଷୟରେ ଅଧିକ ତଥ୍ୟ ହାସଲ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ଦୁଇ ଦିନ ପୂର୍ବେଶିମିଳିପାଳର ଘଞ୍ଚ ଜଙ୍ଗଲରେ ବି ଠାବ ହୋଇଥିଲା ଏକ କଳାବାଘ । ଏହାର ଝଲକ କ୍ୟାମେରାରେ କଏଦ ହୋଇଥିଲା। ଏବେ ସୁନ୍ଦରଗଡ଼ରେ ଏକ ବ୍ଲାକ ପାନ୍ଥର ଠାବ ହୋଇଥିବାରୁ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।

Advertisment
Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe