Advertisment

ଶିମିଳିପାଳରେ ବୁଲୁଛି କଳାବାଘ, କ୍ୟାମେରାରେ କଏଦ ହେଲା

ଶିମିଳିପାଳର ଘଞ୍ଚ ଜଙ୍ଗଲରେ ବିଚାଣ କରୁଛି କଳାବାଘ । ଏହାର ଝଲକ ପୁଣି ଥରେ କ୍ୟାମେରାରେ କଏଦ ହୋଇଛି ।

Black Tiger

Black Tiger

Advertisment

ଶିମିଳିପାଳର ଘଞ୍ଚ ଜଙ୍ଗଲରେ ବିଚାଣ କରୁଛି କଳାବାଘ । ଏହାର ଝଲକ ପୁଣି ଥରେ କ୍ୟାମେରାରେ କଏଦ ହୋଇଛି । ଯାହାର ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ପିସିସିଏଫ ୱାଇଲ୍ଡ ଲାଇଫ୍ ସୁଶାନ୍ତ ନନ୍ଦ ।

Advertisment

ଶିମିଳିପାଳ ଅଭୟାରଣ୍ୟ ନିକଟରେ ପ୍ରସ୍ତାବିତ ଦେଶର ପ୍ରଥମ କଳାବାଘ ସଫାରୀ ପ୍ରକଳ୍ପ କାମ ଆଗେଇ ଚାଲିଛି। ଏପରି ସମୟରେ ଏହି ଚିତ୍ର ସାମ୍ନାକୁ ଆସିଛି। ଫଳରେ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।

କଳା ବାଘ ସଫାରୀକୁ ପୂର୍ବରୁ ଏନଟିସିଏ ଅନୁମୋଦନ କରିଥିବା ବେଳେ ଏହାର ଡିଜାଇନକୁ ନିକଟରେ ମଞ୍ଜୁରୀ ଦେଇଛି ସେଣ୍ଟ୍ରାଲ ଜୁ’ ଅଥରିଟି। ବାରିପଦାରୁ ୧୦ କିଲୋମିଟର ଦୂରରେ ମଞ୍ଚିଆପଡ଼ାରେ ଶହେ ଏକର ଜମିରେ ତିଆରି ହେବାକୁ ଥିବା ଏହି କଳାବାଘ ସଫାରୀରେ ନନ୍ଦନକାନନରୁ କଳାବାଘ ଓ କଳା ଜିନ୍ ଥିବା ବାଘକୁ ଆଣି ଛଡ଼ାଯିବ । ଏଠାରେ ବାଘଙ୍କ ପାଇଁ ରହିବ ସ୍ୱତନ୍ତ୍ର ହସ୍ପିଟାଲ।

Advertisment

ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ସଫାରୀ ପର୍ଯ୍ୟଟକଙ୍କ ପାଇଁ ଖୋଲା ହେବ। ଫଳରେ ଶିମିଳିପାଳ ବୁଲିବାକୁ ଆସୁଥିବା ପର୍ଯ୍ୟଟକ କଳାବାଘ ଦେଖିବାର ସୁଯୋଗ ପାଇପାରିବେ। ଏହା ପୂର୍ବରୁ ସୋଶାଲ ମିଡିଆରେ ଏହି କଳାବାଘ ବିଚରଣ କରୁଥିବାର ଦୃଶ୍ୟ ବେଶ୍ ଭାଇରାଲ ହେଉଛି ।

ଗତ ମେ’ ମାସରେ ଶିମିଳିପାଳରେ ମହାବଳ ଓ କଳା ବାଘ ସାଙ୍ଗ ହୋଇ ବୁଲୁଥିବା ଦେଖିବାକୁ ମିଳିଥିଲା। ସୋଶାଲ ମିଡିଆ ପ୍ଲାଟଫର୍ମ ‘X’ରେ ଏନେଇ ସୂଚନା ଦେଇଛନ୍ତି PCCF ସୁଶାନ୍ତ ନନ୍ଦ। ଏବେ ପୁଣି ଥରେ କଳା ବାଘ କ୍ୟାମେରାରେ କଏଦ ହୋଇଛି। 

Similipal National Park Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe