/odisha-reporter/media/post_attachments/uploadimage/library/16_9/16_9_0/Protest_1719140231.jpg)
Protest
ପିଇବା ପାଣି ପାଇଁ ଜାତୀୟ ରାଜପଥ ଅବରୋଧ। ଘଟଣାଟି ହେଉଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଫାସଡ଼ ଗାଁ ପାଖ ଦେଇ ଯାଇଥିବା NH ୨୬ରେ। ଗାଁକୁ ମାସେ ହେଲା ପାଇପ୍ ଯୋଗେ ପାଣି ଯୋଗାଯୋଗ ପୁରା ବନ୍ଦ ରହିଛି।
Advertisment
ସୁକତେଲ ନଦୀରୁ ପ୍ରାୟ ୫ବର୍ଷ ହେଲାଣି ଫାସଡ଼ ଗାଁକୁ ପିଇବା ପାଣି ଆସୁଥିଲା। ହେଲେ ଏବେ ମାସେ ହେଲାଣି ପାଣି ବନ୍ଦ କରାଯାଇଛି। ଯାହାପାଇଁ ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଛନ୍ତି। ଏନେଇ ଗାଁ ଲୋକମାନେ ବିଭିନ୍ନ ସମୟରେ ଅଭିଯୋଗ କରିଥିଲେ। ତଥାପି କୌଣସି ଫଳାଫଳ ନମିଳିବାରୁ ଶେଷରେ ବାଧ୍ୟହୋଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗାଁ ଲୋକ। ଦିର୍ଘ ସମୟ ଧରି ରାସ୍ତା ଅବରୋଧ ହେବା ଫଳରେ ବଲାଙ୍ଗିର-ସମ୍ବଲପୁର ଗାଡି ଚଳାଚଳ ପୁଣା ଠପ୍ ହୋଇଛି। ରାସ୍ତାର ଉଭୟ ପ୍ରଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି।
ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ଏସଡିପିଓ ଓ ଉପଜିଲ୍ଲାପାଳ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରୁଛନ୍ତି। ହେଲେ ବର୍ତ୍ତମାନ ପଯ୍ୟନ୍ତ ଘଟଣାର କୌଣସି ସମାଧାନ ହୋଇନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
