Advertisment

ଶ୍ରୀମନ୍ଦିର ଗର୍ଭଗୃହରେ ପଡ଼ିଲା ରକ୍ତଛିଟା

ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ନୀତି ବଢ଼ିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Puri

Puri

ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ପଡ଼ିଲା ରକ୍ତଛିଟା। ପସରାଉଠା କର୍ମଚାରୀ ଓ ଜଣେ ସେବାୟତଙ୍କ ମଧ୍ୟରେ ମାରପିଟ୍‌ରୁ ଗର୍ଭଗୃହରେ ପଡ଼ିଲା ରକ୍ତଛିଟା। ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ନୀତି ସଂପନ୍ନ କରାଯାଇଥିଲା। ପସରାଉଠା କର୍ମଚାରୀ ଓ ଉକ୍ତ ସେବାୟତଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ସିଂହଦ୍ବାର ପୁଲିସ।

Advertisment

ସୂଚନା ଅନୁଯାୟୀ, ଗୋଟିଏ ପିଠା ପାଇଁ ଗର୍ଭଗୃହରେ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଏହି ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ୩ଟା ୪୦ ମିନିଟରେ ମଧ୍ୟାହ୍ନ ଧୂପ ଉଠି ସାରିବା ପରେ ଯେଉଁ ପିଠା ଭୋଗ କରାଯାଇଥିଲା, ତାକୁ ନେବା ପାଇଁ ଜଣେ ପସରାଉଠା କର୍ମଚାରୀ ଆସିଥିଲେ। ସେ ପିଠା ନେଇ ଯାଉଥିବା ସମୟରେ ବାବୁଲି ପ୍ରଧାନ ନାମକ ଜଣେ ସେବକ ଆସି ଗୋଟିଏ ପିଠା ନେଇ ଯାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା।

ସେହି ସମୟରେ ପସରାଉଠା କର୍ମଚାରୀ ଜଣଙ୍କ ବାବୁଲି ପ୍ରଧାନଙ୍କୁ ମୁଥ ମାରି ଦେଇଥିଲେ। ମୁଥମାଡ଼ରେ ବାବୁଲି ପ୍ରଧାନଙ୍କ ମୁହଁ ଫାଟି ଯାଇଥିଲା ଓ ସେଥିରୁ ରକ୍ତ ବାହାରି ଗର୍ଭଗୃହରେ ପଡ଼ିଥିଲା। ଏହି ଘଟଣା ଘଟିବା ପରେ ୪ଟା ମହାପ୍ରଭୁଙ୍କ ମହାସ୍ନାନ ନୀତି ଆରମ୍ଭ ହୋଇଥିଲା ଓ ଏହା ୫ଟା ପର୍ଯ୍ୟନ୍ତ ଚାଲିଥିଲା। ମହାସ୍ନାନ ଯୋଗୁ ଠାକୁରଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ମଧ୍ୟ ବିଳମ୍ବ ହୋଇଛି। ତେବେ ଗର୍ଭଗୃହରେ ପାଳିଆ ସେବକ ଓ ଜେଟିପି ଉପସ୍ଥିତ ଥାଇ ଏଭଳି ଘଟଣା ଘଟିଥିବାରୁ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment
Puri Shreemandir Puri Temple