Advertisment

ରାଜଧାନୀରେ କୁକୁରଙ୍କ ପାଇଁ ହେବ ଶ୍ମଶାନ

କୁକୁରଙ୍କ ମୃତଦେହ ଆଣିବା ପାଇଁ BMCର ୩ଟି ଜୋନରେ ୩ଟି ଗାଡ଼ି ବୁଲିବ। କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟରେ ମାମଲା ରହିଛି। କୋର୍ଟଙ୍କ ନିଷ୍ପତ୍ତି ଆସିଲା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି।

author-image
Manoranjan Sial
Dog Attack

Dog Attack

ରାଜଧାନୀ ଭୁବନେଶ୍ୱରରେ କୁକୁରଙ୍କ ପାଇଁ ହେବ ଶ୍ମଶାନ। କଥାଟା ଟିକେ ନୂଆ ଲାଗୁଥିବ। କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ। ଭୁବନେଶ୍ୱରରେ କୁକୁରଙ୍କ ପାଇଁ ମଶାଣି କରିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ସେଥିପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର।

Advertisment

କୁକୁରଙ୍କ ମୃତଦେହ ଆଣିବା ପାଇଁ BMCର ୩ଟି ଜୋନରେ ୩ଟି ଗାଡ଼ି ବୁଲିବ। କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟରେ ମାମଲା ରହିଛି। କୋର୍ଟଙ୍କ ନିଷ୍ପତ୍ତି ଆସିଲା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି। ସେହିପରି ରାସ୍ତାରେ ଗାଈ ଗୋରୁ ବୁଲିଲେ ୭ ତାରିଖ ପରେ ବିଏମସି ଉଠାଇନେବ ବୋଲି ସତର୍କ କରିଛି ବିଏମ୍‌ସି। ଆଜି ବିଏମସି ଅଫିସରେ ବସିଥିବା କର୍ପୋରେସନ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି।

ସୂଚନାରୁ ପ୍ରକାଶ, ସ୍ମାର୍ଟ ସିଟିରେ ପରିଣତ ହୋଇଛି ରାଜଧାନୀ ଭୁବନେଶ୍ୱର। ହେଲେ ସ୍ୱଚ୍ଛତା ପ୍ରତି ତିଳେ ମାତ୍ର ଧ୍ୟାନ ଦେଉନାହାନ୍ତି ରାଜଧାନୀବାସୀ। ମଲା କୁକୁରକୁ ରାସ୍ତା ପାର୍ଶ୍ୱକୁ ଫିଙ୍ଗି ଦେଉଛନ୍ତି। ଆଉ କିଛି ଲୋକ ଗୋରୁ ଓ ଗାଈଙ୍କୁ ଛାଡ଼ି ଦେଉଛନ୍ତି। ଯାହାଫଳରେ ଗୋରୁମାନେ ରାସ୍ତାରେ ଶୋଉଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଥିରେ କେତେବେଳେ ଲୋକଙ୍କ ଜୀବନ ଯାଉଛି ତ ଆଉ କେତେକେଳେ ଗୋରୁ ଗାଈଙ୍କ ମୃତ୍ୟୁ ହେଉଛି। ତେଣୁ ଦୁର୍ଘଟଣା ରୋକିବା ପାଇଁ ବିଏମ୍‌ସି ବୁଲା ଗୋରୁଙ୍କୁ ଉଠାଇ ନେବା ପାଇଁ ସତର୍କ ସୂଚନା ଜାରି କରିଛି।

Advertisment
Bhubaneswar Bhubaneswar News Dog Attack