Advertisment

‘ପୃଥକ ଅଳିଆ ଦିଅନ୍ତୁ, ନ ହେଲେ ନିଆଯିବ ଆକ୍ସନ’

ଅଳିଆ ଆଣିବାକୁ ଦୁଆରମୁହଁକୁ ଗାଡ଼ି ଯାଉଥିବା ବେଳେ ପୃଥକ ଭାବେ ଦେବାକୁ ଅନୁରୋଧ କରୁଛି। ଯେଉଁମାନେ ନିୟମ ପାଳନ କରୁ ନାହାନ୍ତି ବିଏମସି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି କମିଶନର।

BMC Commissioner

BMC Commissioner

Advertisment

‘ପୃଥକ ପୃଥକ ଅଳିଆ ଦିଅନ୍ତୁ , ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।’ ଆଜି କିଛି ଏଭଳି ଭାବେ ରାଜଧାନୀବାସୀଙ୍କୁ ଚେତାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ ।

Advertisment

ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଅତିଷ୍ଠ ହେଲେଣି ଲୋକେ । ବିଏମସି ଅଳିଆ ପାହାଡ ହଟାଇବା ନାଁ ଧରୁ ନ ଥିବା ବେଳେ ପୁରା ଅଞ୍ଚଳ ପୁତ୍ତି ଗନ୍ଧମୟ ହେଲାଣିା ଆଖପାଖ ଅଞ୍ଚଳରେ ରହିବା, ଉକ୍ତ ଅଞ୍ଚଳ ଦେଇ ଯାତାୟତ କରିବା ଅସମ୍ଭବ ହୋଇ ପଡ଼ିଲାଣି। ଏହାକୁ ନେଇ ସାରା ରାଜଧାନୀରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ବିଏମସି ଦିନ ଗଡ଼ାଇ ଚାଲିଛି।

ଏନେଇ କମିଶନର କହିଛନ୍ତି, ଓଦା ଓ ଶୁଖିଲା ଆବର୍ଜନା ଅଲଗା ଆସୁ ନ ଥିବାରୁ ଟ୍ରିଟମେଣ୍ଟ୍ ପ୍ଲାଣ୍ଟରେ ସମସ୍ୟା ହେଉଛିା ଏବେ ଅଳିଆ ପ୍ରୋସେସିଂ କାମ ଆରମ୍ଭ ହେଲା। କାମକୁ ତ୍ୱରାନ୍ୱିତ କରିବାକୁ ଏବେ ଏକ ଟେରାକ୍ସ ମେଶିନ ନିୟୋଜିତ ହୋଇଛି। ଆସନ୍ତା ୧୫ ଦିନରେ ଆଉ ଏକ ମେଶିନ ଆସି ପହଞ୍ଚିବ । ଲୋକେ ଅଳିଆ ପୃଥକ ଭାବେ ଦେଉ ନ ଥିବା ବେଳେ ତାହା ମୁଖ୍ୟ ସମସ୍ୟା ପାଲଟିଛି।

Advertisment

ଅଳିଆ ଆଣିବାକୁ ଦୁଆରମୁହଁକୁ ଗାଡ଼ି ଯାଉଥିବା ବେଳେ ପୃଥକ ଭାବେ ଦେବାକୁ ଅନୁରୋଧ କରୁଛି। ଯେଉଁମାନେ ଏଥିରେ ସହଯୋଗ କରୁ ନାହାନ୍ତି, ନିୟମ ପାଳନ କରୁ ନାହାନ୍ତି ବିଏମସି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି କମିଶନର।

ଆସନ୍ତା ୬ରୁ ୭ ମାସ ମଧ୍ୟରେ ପୁରା ଅଞ୍ଚଳ ସଫା ହୋଇ ଅଳିଆ ପାହାଡ଼ ହଟିଯିବ ବୋଲି ସେ କହିଛନ୍ତି। ଅର୍ଥାତ ଏଭଳି ପରିସ୍ଥିତି ଆହୁରି କିଛି ମାସ ଯାଏଁ ରହିବା ଲୋକଙ୍କୁ ଆହୁରି ୭ ମାସ ଦୁର୍ଗନ୍ଧରେ କାଟିବାକୁ ପଡ଼ିବ ବୋଲି ସ୍ପଷ୍ଟ ହୋଇଛନ୍ତି।

କମିଶନରଙ୍କ ଏପରି ବୟାନ ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରି ଦୁର୍ଗନ୍ଧରେ ଗୋଟିଏ ମୁହୂର୍ତ୍ତ ରହିବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ଆହୁରି ୭ ମାସ କିପରି କାଟିବେ ବୋଲି ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି।

Bmc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe