Advertisment

ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାରେ BMC ଡ୍ରେନେଜ୍‌ ଡିଭିଜନ ସହକାରୀ ଯନ୍ତ୍ରୀ ନିଲମ୍ବିତ

ଗତ ୧୮ ତାରିଖରେ ତିନି ନମ୍ବର ୟୁନିଟ୍‍ ଅଞ୍ଚଳରେ ଜଣେ ୯ ବର୍ଷର ବାଳକ ଖୋଲା ଡ୍ରେନ୍‌ରେ ଭାସିଯାଇ ମୃତ୍ୟୁବରଣ କରିଥିଲେ। ଡ୍ରେନ୍‌ରେ ଭାସୁଥିବା ଗୋଟିଏ ବେଲୁନ୍‍ ଆଣିବାକୁ ଯାଇ ନାବାଳକ ଜଣକ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲା।

BMC

BMC

Advertisment

ରାଜଧାନୀ ଡ୍ରେନ୍‌ରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ଡ୍ରେନେଜ୍‌ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ କରାଯାଇଛି।

Advertisment

ଗତ ୧୮ ତାରିଖରେ ତିନି ନମ୍ବର ୟୁନିଟ୍‍ ଅଞ୍ଚଳରେ ଜଣେ ୯ ବର୍ଷର ବାଳକ ଖୋଲା ଡ୍ରେନ୍‌ରେ ଭାସିଯାଇ ମୃତ୍ୟୁବରଣ କରିଥିଲେ। ଡ୍ରେନ୍‌ରେ ଭାସୁଥିବା ଗୋଟିଏ ବେଲୁନ୍‍ ଆଣିବାକୁ ଯାଇ ନାବାଳକ ଜଣକ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତ ନାବାଳକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିବା ସହିତ କର୍ତ୍ତୃପକ୍ଷଙ୍କଠାରୁ ଏ ସଂକ୍ରାନ୍ତୀୟ ରିପୋର୍ଟ ତଲବ କରିଥିଲେ। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। କର୍ତ୍ତୃପକ୍ଷ ମଧ୍ୟ ତୁରନ୍ତ ଘଟଣାର ସରଜମିନ ତଦନ୍ତ କରି ରିପୋର୍ଟ ଦେଇଥିଲେ।

Advertisment

ଋିପୋର୍ଟଟି ହସ୍ତଗତ ହେବାପରେ ଆଜି ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁ ସ୍ଥାନରେ ପିଲାଟି ଡ୍ରେନ୍‌ରେ ପଡି ଭାସି ଯାଇଥିଲା ସେହି ସ୍ଥାନରେ ବାଡ ଲଗାଯାଇନଥିବା ରିପୋର୍ଟରେ ଦର୍ଶାଯାଇଛି। ଏଭଳି ସମ୍ବେଦନଶୀଳ ସ୍ଥାନରେ ବାଡ ନଲଗାଇବା ପାଇଁ ୫ ନମ୍ବର ଡ୍ରେନ୍‌ ଡିଭିଜନ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଶ୍ରୀ ଦାସଙ୍କୁ ଦାୟୀ କରାଯାଇଛି। ତଦନୁଯାୟୀ ରାଜ୍ୟ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଶ୍ରୀ ଦାସଙ୍କୁ ଆଜି ନିଲମ୍ବନ କରିଛନ୍ତି।

Bhubaneswar Bhubaneswar News Bmc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe