Advertisment

ପାନେ ଦେଲା ବିଏମସି, ହୋଟେଲ ଆଗରେ ଗଦେଇ ଦେଲା ଅଳିଆ

ବିଏମସି କମିଶନରଙ୍କ ଉପସ୍ଥିତିରେ ରାସ୍ତାରେ ପଡ଼ିଥିବା ଅଳିଆକୁ ଆଣି ବଂଶୀଧର ହୋଟେଲ ସାମ୍ନାରେ ଜମା କରାଯାଇଛି। ବ୍ୟବସାୟିକ ପ୍ରତିଷ୍ଠାନ ନିକଟରେ ଯଦି ଅଳିଆ ସଫା ନ କରିବେ ତେବେ ଆଗକୁ ସେହି ଅଳିଆ ସବୁ ଦୋକାନ ଆଗରେ ପଡିବ ବୋଲି କହିଛନ୍ତି କମିଶନର।

Advertisment

ଖୋଦ୍ ବିଏମସି କମିଶନରଙ୍କ ଉପସ୍ଥିତିରେ ଦୋକାନର ଅଳିଆକୁ ଦୋକାନ ସାମ୍ନାରେ ଟ୍ରାକ୍ଟର ଲଗାଇ ପକାଇଛନ୍ତି। କଳ୍ପନା ଛକ ନିକଟରେ ଥିବା ଏକ  ହୋଟେଲରୁ ନିର୍ଗତ ଅଳିଆ ଦୀର୍ଘ ଦିନ ଧରି ରାସ୍ତା ଉପରେ ପଡି ରହିଥିଲା, ଯାହା ଫଳରେ ସ୍ଥାନୀୟ ଲୋକ ନାହିଁ ନଥିବା ହଇରାଣ ହେଉଥିଲେ। ତେବେ ବିଏମସି କମିଶନର ହୋଟେଲ ନିକଟରେ ଆଜି ସକାଳେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିଏମସି କମିଶନରଙ୍କ ଉପସ୍ଥିତିରେ ରାସ୍ତାରେ ପଡ଼ିଥିବା ଅଳିଆକୁ ଆଣି ବଂଶୀଧର ହୋଟେଲ ସାମ୍ନାରେ ଜମା କରାଯାଇଛି। ବ୍ୟବସାୟିକ ପ୍ରତିଷ୍ଠାନ ନିକଟରେ ଯଦି ଅଳିଆ ସଫା ନ କରିବେ ତେବେ ଆଗକୁ ସେହି ଅଳିଆ ସବୁ ଦୋକାନ ଆଗରେ ପଡିବ ବୋଲି କହିଛନ୍ତି କମିଶନର।

Advertisment
Odisha BMC Commissioner Garbage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe