Advertisment

ପୂଜା ମଣ୍ଡପ ପାଇଁ ବିଏମସିର ଗାଇଡଲାଇନ୍; ପ୍ରସାଦ ସେବନ ବେଳେ ପ୍ଲାଷ୍ଟିକ ମନା

ପୁଲିସର ବିନା ଅନୁମତିରେ ଡାକବାଜି ଯନ୍ତ୍ର ବ୍ୟବହାର ନିଷେଧ ସହ ମୂର୍ତ୍ତିରେ ପ୍ଲାଷ୍ଟିକ ଆଭୂଷଣର ବ୍ୟବହାର ନକରିବାକୁ ନିବେଦନ କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Durga puja

Durga puja

ଦୁର୍ଗାପୂଜା ବେଳେ ରାଜଧାନୀର ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କ ଲାଗି ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ମଣ୍ଡପଗୁଡ଼ିରେ ଉତ୍ତମ ପରିଚାଳନା ଓ ପରିବେଶ ସୁରକ୍ଷା ପାଇଁ କିଛି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି ବିଏମସି।

Advertisment

ଚଳିତ ବର୍ଷ ଦୁର୍ଗାପୂଜା ପାଳନ ବେଳେ ସହରରେ ବିଭିନ୍ନ ମଣ୍ଡପକୁ ନିରାପଦ, ସୁରକ୍ଷିତ ଏବଂ ପରିବେଶ ଅନୁକୂଳ କରିବା ଲାଗି ପୂଜା ମଣ୍ଡପଗୁଡ଼ିକୁ ଆହ୍ୱାନ କରାଯାଇଛି। ମୃଣ୍ମୟୀ ମୂର୍ତ୍ତିରେ କେବଳ ପ୍ରାକୃତିକ ରଙ୍ଗ ବ୍ୟବହାର, ପ୍ରସାଦ ସେବନ ପାଇଁ ପ୍ଲାଷ୍ଟିକ ଓ ଥର୍ମୋକୁଲ ବଦଳରେ ପତ୍ର, ଖଲି, ଠୁଙ୍ଗା ଓ ମାଟି ପାତ୍ରର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ସେହିଭଳି ପୂଜା ମଣ୍ଡପ ପାଖରେ ଡଷ୍ଟବିନ ସୁବିଧା, ବିଜୁଳି ବ୍ୟବସ୍ଥା ସୁରକ୍ଷିତ ଯାଞ୍ଚ ଓ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି। ପୁଲିସର ବିନା ଅନୁମତିରେ ଡାକବାଜି ଯନ୍ତ୍ର ବ୍ୟବହାର ନିଷେଧ ସହ ମୂର୍ତ୍ତିରେ ପ୍ଲାଷ୍ଟିକ ଆଭୂଷଣର ବ୍ୟବହାର ନକରିବାକୁ ନିବେଦନ କରାଯାଇଛି।

Advertisment
Bmc Durga Puja