Advertisment

ବାହାନଗା ଟ୍ରେନ୍ ଦୁର୍ଘଟଣା: ଚିହ୍ନଟ ହୋଇପାରିଲାନି ୨୮ ଶବ, ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ସେଗୁଡ଼ିକର ଅନ୍ତିମ ସଂସ୍କାର କରାଯିବ।

ଅଦ୍ୟତନ ହୋଇଛି
Bahanaga Train Accident

Bahanaga Train Accident

Advertisment

ବାଲେଶ୍ୱର ଜିଲ୍ଲା ବାହାନଗାରେ ଗତ ଜୁନ୍ ୨ ତାରିଖରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଆହୁରି ୨୮ଟି ମୃତଦେହ ଚିହ୍ନଟ ହୋଇନପାରି ଭୁବନେଶ୍ୱର ଏମ୍‌ସରେ ଥିବା ବେଳେ ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତ୍ତି ହୋଇଛି ଓ ସେଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ସେଗୁଡ଼ିକର ଅନ୍ତିମ ସଂସ୍କାର କରାଯିବ।

Advertisment

DNA ଟେଷ୍ଟ ପରେ ମଧ୍ୟ ଚିହ୍ନଟ ହୋଇ ନ ପାରିବାରୁ ଭୁବନେଶ୍ୱର AIIMSରେ ରଖାଯାଇଥିବା ଏହି ମୃତଦେହଗୁଡ଼ିକର ଅନ୍ତିମ ସଂସ୍କାର କରିବା ପାଇଁ ଅଗଷ୍ଟ ୨୫ ତାରିଖରେ ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ଅକ୍ଟୋବର ୭ ତାରିଖରେ ଅର୍ଥାତ୍ ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିବା ପରେ ଅଚିହ୍ନା ମୃତ ଶରୀରଗୁଡ଼ିକର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏମ୍‌ସି।

ଅଚିହ୍ନା ମୃତଦେହଗୁଡ଼ିକର ସଂସ୍କାର ପାଇଁ ଏସ୍‌ଓପି ଜାରି କରିଛି ବିଏମ୍‌ସି। ଏସ୍‌ଓପି ଅନୁସାରେ, AIIMS ଭୁବନେଶ୍ଵରରୁ ମୃତ ଦେହ ହସ୍ତାନ୍ତର ଠାରୁ ଆରମ୍ଭ କରି ଶବ ସଂସ୍କାର ଯାଏଁ ସବୁକିଛିର ଭିଡିଓଗ୍ରାଫି ହେବ ।

Advertisment

ଏସ୍‌ଓପି ଅନୁଯାୟୀ , ଭରତପୁରରେ ଏହି ଅଚିହ୍ନା ଶବଗୁଡ଼ିକର ସଂସ୍କାର କରାଯିବ। ଏମ୍ସରୁ ଭରତପୁର ପର୍ଯ୍ୟନ୍ତ ଶବଗୁଡ଼ିକୁ ନେବାକୁ ବିଏମ୍‌ସି ଗାଡ଼ି ବ୍ୟବସ୍ଥା କରିବ। ବିଏମ୍‌ସିର ଏଇଇ (ମେକାନିକାଲ)ଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏମ୍ସର ନିର୍ଦ୍ଦେଶକ ମୃତଶରୀରଗୁଡ଼ିକୁ ବିଏମ୍‌ସିର ହେଲ୍‌ଥ ଅଫିସରଙ୍କୁ ହସ୍ତାନ୍ତର କରିବେ। ଏହି ହସ୍ତାନ୍ତର ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ନୀତିନିୟମ ଓ ଗାଇଡଲାଇନକୁ ପାଳନ କରାଯିବ। ବିଏମ୍‌ସି ହେଲ୍‌ଥ ଅଫିସର ମୃତଦେହଗୁଡ଼ିକୁ ଗ୍ରହଣ କରିବା ପରେ ସେଗୁଡ଼ିକର ଆବଶ୍ୟକ ରେକର୍ଡ ରଖିବେ।

ଭରତପୁରରେ ଶ୍ମଶାନରେ ବିଏମ୍‌ସିର ସହକାରୀ ହେଲ୍‌ଥ ଅଫିସର ମୃତଦେହଗୁଡ଼ିକୁ ଗ୍ରହଣ କରିବେ ଓ ଆବଶ୍ୟକ ରେକର୍ଡ ରଖିବେ। ଶବଗୁଡ଼ିକର ସଂସ୍କାର ସଠିକ୍ ଭାବେ ସମାପନ କରିବା ପାଇଁ ଶ୍ମଶାନ ଦାୟିତ୍ୱରେ ଥିବା ଏଇଇ ଆବଶ୍ୟକ ମାନବ ସମ୍ବଳ ନିଯୁକ୍ତ କରିବେ ବୋଲି ଏସ୍‌ଓପିରେ ଉଲ୍ଲେଖ ରହିଛି।

ବିଏମ୍‌ସି ମେୟରଙ୍କ ସୂଚନା ଅନୁଯାୟୀ ଦିନେ ଦୁଇ ଦିନ ଭିତରେ ଶବଗୁଡ଼ିକର ସଂସ୍କାର କରାଯିବ। 

Bmc AIIMS Bahanaga Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe