Advertisment

ସ୍ୱଚ୍ଛକର୍ମୀଙ୍କ ମନ ବି ସ୍ୱଚ୍ଛ; ଅଳିଆ ଗଦାରୁ ପାଇଥିବା ସୁନା ବ୍ରେସଲେଟ୍‌ ଫେରାଇଦେଲେ

ସ୍ୱଚ୍ଛକର୍ମୀଙ୍କ ମନ ବି ସ୍ୱଚ୍ଛ। ଅଭାବ ଅନଟନ ଭିତରେ ଚଳୁଥିଲେ ବି ଲୋଭ, ମାୟା ଗ୍ରାସ କରି ପାରୁନି। ଅଳିଆ ଗଦାରୁ ଲକ୍ଷାଧିକ ଟଙ୍କାର ସୁନା ପାଇଲେ ବି ତାହାକୁ ପ୍ରକୃତ ମାଲିକଙ୍କୁ ଫେରାଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

Gold Chain

Gold Chain

Advertisment

ସ୍ୱଚ୍ଛକର୍ମୀଙ୍କ ମନ ବି ସ୍ୱଚ୍ଛ। ଅଭାବ ଅନଟନ ଭିତରେ ଚଳୁଥିଲେ ବି ଲୋଭ, ମାୟା ଗ୍ରାସ କରି ପାରୁନି। ଅଳିଆ ଗଦାରୁ ଲକ୍ଷାଧିକ ଟଙ୍କାର ସୁନା ପାଇଲେ ବି ତାହାକୁ ପ୍ରକୃତ ମାଲିକଙ୍କୁ ଫେରାଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ରାଜଧାନୀରେ ଅଳିଆଗଦାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ପାଇ ମାଲିକଙ୍କୁ ଫେରାଇଥିବା ସଫେଇ କର୍ମଚାରୀ ସରସ୍ୱତୀ ନାଏକ ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

Advertisment

ନ୍ୟୁ ଫରେଷ୍ଟ ପାର୍କ ଲେନ୍ ୫ ବାସିନ୍ଦା ଦୀପିକା ମହାନ୍ତି ଭୁଲବଶଃତ ତାଙ୍କର ୧୮ ଗ୍ରାମର ଏକ ସୁନା ବ୍ରେସଲେଟ୍ ଡଷ୍ଟବିନରେ ପକାଇ ଦେଇଥିଲେ । ତାହା ପର ଦିନ ଘରୁ ବର୍ଜ୍ୟ ସଂଗ୍ରହ କରୁଥିବା ସଫେଇ ଗାଡିକୁ ସେହି ଡଷ୍ଟବିନର ବର୍ଜ୍ୟ ଦେଇଥିଲେ।

ୟୁନିଟ୍-୧ MRFରେ ବର୍ଜ୍ୟ ଅଲଗା ଅଲଗା କରୁଥିବା ବେଳେ ସ୍ୱଚ୍ଛକର୍ମୀ ସରସ୍ୱତୀ ନାଏକ ସେହି ଦାମୀ ବ୍ରେସଲେଟଟି ପାଇଥିଲେ । ବ୍ରେସଲେଟଟି ପାଇବା ପରେ ଏନେଇ ସେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ।

Advertisment

ତଥ୍ୟ ପ୍ରମାଣ ପାଇବା ପରେ ସେହି ଦାମୀ ବ୍ରେସଲେଟକୁ ଦୀପିକା ମହାନ୍ତିଙ୍କୁ ଫେରାଇ ଦିଆଯାଇଛି। ହଜିଯାଇଥିବା ବ୍ରେସଲେଟ୍ ପାଇବା ପରେ ସେ ସରସ୍ୱତୀଙ୍କ ସହିତ ପୁରା ଟିମଙ୍କୁ ତାଙ୍କର ଏହି ମହନୀୟତା ପାଇଁ କୃତଜ୍ଞତା ଜଣାଇଛନ୍ତି ।

ସୂଚନାଯୋଗ୍ୟକି ଅନେକ ସମୟରେ ସୁନା ଚେନ୍, ମୁଦି, କାନଫୁଲ ଆଦି ଅଳିଆ ଗଦାରୁ ମିଳୁଛି। ଭୁଲବଶଃତ ଲୋକେ ତାହାକୁ ଅଳିଆ ଗଦାରେ ରଖି ଦେଉଥିବା ବେଳେ ସଫେଇ ଗାଡ଼ିରେ ପକାଇ ଦେଉଛନ୍ତି।

ମାତ୍ର ଭୁବନେଶ୍ୱର ମହାନଗର ନିଗମ ଅଧୀନରେ କାମ କରୁଥିବା ସ୍ୱଚ୍ଛ କର୍ମୀମାନେ କର୍ମକ୍ଷେତ୍ରରେ ନିଜର ମହନୀୟତା ଓ ସଚ୍ଚୋଟତା ପ୍ରଦର୍ଶନ ପୂର୍ବକ ସେଗୁଡିକୁ ପ୍ରକୃତ ମାଲିକଙ୍କୁ ଫେରାଇ ଉଦାହରଣ ସୃଷ୍ଟି କରୁଛନ୍ତି ।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe