Advertisment

ଭୁବନେଶ୍ୱରରେ ପହଞ୍ଚିଲା ଦୁଇ ଓଡ଼ିଆଙ୍କ ମରଶରୀର, କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିଲେ

ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ପାର୍ଥିବ ଶରୀର। ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ମରଶରୀର ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
Dead Body at Airport

Dead Body at Airport

Advertisment

ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ପାର୍ଥିବ ଶରୀର। ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ମରଶରୀର ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି।

Advertisment

ମୃତଦେହ ବିମାନବନ୍ଦରରେ ପହଞ୍ଚିବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡାଙ୍କ ସମେତ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ପ୍ରଶାସନିକ ଅଧିକାରୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୃତକଙ୍କ ପରିବାର ଲୋକ ବି ଏୟାରପୋର୍ଟରେ ପହଞ୍ଚିଛି। ସେଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ମୃତଦେହକୁ ସେମାନଙ୍କ ଜନ୍ମମାଟିକୁ ପଠାଯାଇଛି।

ଦୁଇ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏଥିନିମନ୍ତେ ଅର୍ଥ ମଞ୍ଜୁର ହୋଇଥିବା ନେଇ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। 

Advertisment

ମୃତ ମହମ୍ମଦ ଜହୁରଙ୍କ ଘର କଟକ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁରେ ହୋଇଥିବା ବେଳେ ସନ୍ତୋଷ ଗୌଡଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁରେ ମୃତ ସନ୍ତୋଷ ଗୌଡଙ୍କ ଘର।

ଜହୁର କୁଏତରେ ୨୦୧୭ ମସିହାରୁ ଲାବରୋଟାରୀ ଟେକନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ପତ୍ନୀ ୭ ମାସର ଗର୍ଭବତୀ ଥିବା ବେଳେ ଖୁବ୍‌ ଶୀଘ୍ର ଫେରି ଆସିବାକୁ ପତ୍ନୀଙ୍କୁ କଥା ଦେଇଥିଲେ।

Dead In Kuwait Fireମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ ।

ସନ୍ତୋଷ ଗୌଡ଼ ଦୁଇ ବର୍ଷ ପୂର୍ବେ କୁଏତ ଯାଇଥିଲେ। ଗତ ମାର୍ଚ୍ଚ ମାସରେ ତାଙ୍କର ବାପାଙ୍କ ହାର୍ଟ ଅପରେସନ ପାଇଁ ନିଜ ଘରକୁ ଆସିଥିଲେ। ଏପ୍ରିଲ ମାସରେ ପୁଣି କୁଏତ ଫେରିଯାଇଥିଲେ।

ଉଭୟଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ଦୁଇ ପରିବାର । ଆଖି ଆଗରେ ପୁଅ ଚାଲି ଯିବା ଘଟଣାକୁ ବୁଢ଼ା ବାପାମା’ ବିଶ୍ୱାସ କରି ପାରୁ ନ ଥିବା ବେଳେ ଆଖିରୁ ବୋହି ଚାଲିଛି ଅମାନିଆ ଲୁହ। ହସଖୁସିରେ ଘରୁ ଗୋଡ଼ କାଢ଼ି ଯାଇଥିବା ପୁଅ ଯେ ଏବେ ମୃତଦେହ ହୋଇ ଫେରିବ ସେ କଥା ଭାବିବା ବେଳକୁ ସେମାନଙ୍କ ଛାତି ଫାଟି ପଡ଼ୁଛି। ତଥାପି ଜୀବନ୍ତ ଅବସ୍ଥାରେ ନ ହେଲେ ବି ମର ଶରୀର ହୋଇ ଫେରୁଥିବା ପୁଅର ବାଟକୁ ଅନାଇ ବସିଛନ୍ତି ପରିବାର।

ଗତ ବୁଧବାର କୁଏତର ଦକ୍ଷିଣପ୍ରାନ୍ତସ୍ଥିତ ଅହମଦୀର ମଙ୍ଗାଫରେ ଥିବା ଏକ ୬ ମହଲା ବିଲ୍ଡିଂରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ପ୍ରାୟ ୪୯ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫ ଜଣ ଭାରତୀୟ ଥିଲେ। ୪୫ ଭାରତୀୟଙ୍କ ମୃତଦେହ ଧରି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଗତକାଲି କୋଚିରେ ପହଞ୍ଚିଥିଲା। ସେଠାରୁ ବିମାନଟି ନୂଆ ଦିଲ୍ଲୀ ଚାଲି ଯାଇଥିଲା। ସେଠାରୁ ୨ ଓଡ଼ିଆଙ୍କ ମୃତଦେହ ଧରି ଏକ ସ୍ୱତନ୍ତ୍ର ବିମାନ ଆଜି ଭୁବନେଶ୍ୱରରେ ପହଞ୍ଚିଛି।

Fire Accident Kuwait Building Fire Kuwait Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe