Advertisment

ଚିହ୍ନଟ ହେବେ ଦାଦନ ଶ୍ରମିକ: ଗାଁରେ ମିଳିମିଶି କାମ ଯୋଗାଇବେ ସରକାରଙ୍କ ସବୁବିଭାଗ

ରାଜ୍ୟର ବିଜେପି ସରକାର ଦାଦନଜନିତ ବିସ୍ଥାପନ ସମସ୍ୟାର ସମଧାନ ପାଇଁ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକ ଗତ ଅକ୍ଟୋବର ୨୮ତାରିଖରେ ଅନୁଷ୍ଠିତ ହୋଇ ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।

Labour

Labour

Advertisment

କାମ ଅନ୍ୱେଷଣରେ ଆଉ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ କନଭରଜେନ୍ସ ମୋଡରେ ବା ସମ୍ମିଳିତ ହୋଇ ସେମାନଙ୍କର ଜୀବିକାନିର୍ବାହ ଯୋଜନାକୁ ଗାଁରେ କାର୍ଯ୍ୟକାରୀ କରିବେ । ଲୋକଙ୍କୁ ବର୍ଷକୁ ୨୦୦ରୁ ୩୦୦ଦିନ କାମ ଯୋଗାଇବେ । ଏହାସହିତ କେଉଁ ବ୍ଲକରୁ କେଉଁମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯିବ ।

Advertisment

ରାଜ୍ୟର ବିଜେପି ସରକାର ଦାଦନଜନିତ ବିସ୍ଥାପନ ସମସ୍ୟାର ସମଧାନ ପାଇଁ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକ ଗତ ଅକ୍ଟୋବର ୨୮ତାରିଖରେ ଅନୁଷ୍ଠିତ ହୋଇ ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଟାସ୍କଫୋର୍ସ ବୈଠକ ପରେ ଆଜି ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ସଚିବମାନଙ୍କ ଉପସ୍ଥିତିରେ ରାଜ୍ୟରେ ଦାଦନ ସମସ୍ୟା ଓ ସେମାନଙ୍କୁ ଜୀବିକାନିର୍ବାହ ପାଇଁ ବିକଳ୍ପ ପନ୍ଥା ଯୋଗାଇବା ଉପରେ ବିସ୍ତୃତ ଆଲୋଚନା ହୋଇଛି ।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ସରକାରଙ୍କ ବିଭିନ୍ନ ବିଭାଗ ଯଥା  ପଂଚାୟତିରାଜ, କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପଶୁସମ୍ପଦ, ଜଳସେଚନ, ଜଙ୍ଗଲ ବିଭାଗ ଆଦିର ସହଯୋଗରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଜୀବିକାନିର୍ବାହ କାର୍ଯ୍ୟକ୍ରମ ବା ଯୋଜନାକୁ ସମ୍ମିଳିତ ଭାବେ ଗାଁରେ ଯୋଗାଇ ଦିଆଯିବ । ଦାଦନ ଶ୍ରମିକ ଭାବେ ଯାଉଥିବା ସମସ୍ତ ଗାଁରେ ଏହାକୁ କାର୍ଯ୍ୟକାରୀ କରାଯାଇ ଯେପରି ସେମାନଙ୍କୁ ସବୁଦିନିଆ କାମ ମିଳିବ ଓ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବ ତା’ଉପରେ ଗୁରୁତ୍ୱ ଦିଆଯାଇଥିଲା । ଦାଦନ ନଯିବା ପାଇଁ ସେମାନଙ୍କୁ ଅନ୍ତତଃ ବର୍ଷକୁ ୨୦୦ରୁ ୩୦୦ଦିନ କାମ ଯୋଗାଇ ଦିଆଯିବ । ଜିଲ୍ଲା ପ୍ରଶାସନକୁ ଏଥିପାଇଁ ତ୍ୱରିତ୍ ପଦକ୍ଷେପ ନେଇ ଦାଦନ ପରିବାର ଓ ଲୋକମାନଙ୍କୁ ଚିହ୍ନଟ କରି ସ୍ଥାୟୀ ରୋଜଗାର ବ୍ୟବସ୍ଥା ଓ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ଜିଲ୍ଲାର ୩୦ଟି ବ୍ଲକରେ ଅଧିକ ପରିମାଣର ଲୋକେ ଦାଦନ ଖଟିବାକୁ ଅନ୍ୟତ୍ର ଯାଉଥିବା ସର୍ଭେରୁ ଜଣାପଡ଼ିଛି ।

Advertisment

ମୁଖ୍ୟ ସଚିବ ଶ୍ରୀ ଆହୁଜା ବିଭିନ୍ନ ବିଭାଗର ମିଳିତ ପ୍ରୟାସରେ ଗାଁଗୁଡ଼ିକରେ କନଭରଜେନ୍ସି ମୋଡରେ ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଯୋଗାଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲା ଓ ବ୍ଲକସ୍ତରରେ ମଧ୍ୟ କମିଟି ଗଠନ କରାଯାଇ ଦାଦନ ସମସ୍ୟାର ସମାଧାନ ଓ ସେମାନଙ୍କୁ କର୍ମନିଯୁକ୍ତି ଯୋଗାଇବା ଆଦିର ନିୟମିତ ଅନୁଧ୍ୟାନ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ଏକ ଡାଟାବେସ୍ ପ୍ରସ୍ତୁତି ସହ ପରିବାରକୁ ଚିହ୍ନଟ କରାଯାଇ ସେମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଚିହ୍ନଟ ପରିବାରକୁ ଆଗାମୀ ୩ମାସ ପାଇଁ ଶ୍ରମଭିତ୍ତିକ କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନାରେ ରହିଥିବା ସୁଧଛାଡ଼ ସୁବିଧା ଦେବା, ଦାଦନ ସ୍ଥାନାନ୍ତର ରୋକିବା ପାଇଁ ଆଇନର ଅନୁପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରିବା ସହ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଥିବା ଓଡ଼ିଶାର ଲୋକ ଓ ଶ୍ରମିକମାନଙ୍କ ବାସ୍ତବସ୍ଥିତି ଓ ଏହାର କାରଣ ଖୋଜିବାକୁ ଶ୍ରମ ବିଭାଗକୁ ମୁଖ୍ୟ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ୧୧ଟି ଜିଲ୍ଲା ବିଶେଷକରି ବରଗଡ଼,ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ସୋନପୁର ଜିଲ୍ଲାର ଲୋକେ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା ସର୍ଭେରୁ ଜଣାପଡ଼ିଛି । ଆଜିର ଏହି ବୈଠକରେ ଉପରୋକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲେ ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe