ପାରାଦୀପ ବନ୍ଦର MPB ବର୍ଥରେ ଅଘଟଣ ଘଟିଛି। କ୍ରେନରୁ ଭାଙ୍ଗି ଜାହାଜ ଉପରେ ଖସି ପଡ଼ିଛି ଓଜନିଆ ବୁମ୍ ଗ୍ରାଫ୍। ଏଥିରେ କ୍ରେନ ଅପରେଟର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ବୋଥ୍ରା ସିପିଙ୍ଗ କମ୍ପାନୀର କ୍ରେନଟି ଏକ ବିଦେଶୀ ଜାହାଜ ‘MV ଆମସୀ ମ୍ୟାକ୍ସିମସ’ରୁ ଚୂନପଥର ଅନଲୋଡିଂ କରୁଥିଲା।ଏହି ସମୟରେ କ୍ରେନର ବୁମ୍ ଗ୍ରାଫଟି ଭାଙ୍ଗି ଯାଇଥିଲା। ଏହି ଅଘଟଣରେ କ୍ରେନ ଅପରେଟର ଆହତ ହୋଇଥିଲେ। ଏଥିସହ ବୁମ୍ ଗ୍ରାଫ୍ ଭାଙ୍ଗି ଜାହାଜ ଉପରେ ପଡି ସମୁଦ୍ର ପାଣିକୁ ଖସି ପଡିଥିଲା।
Also Read
କ୍ରେନର ଲଫିଙ୍ଗ ସିଲିଣ୍ଡର ଛିଣ୍ଡି ଯିବାରୁ ଏପରି ଅଘଟଣ ଘଟିଥିବା କୁହାଯାଉଛି। ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଅଘଟଣ ପରେ ଜାହଜରୁ ଅନଲୋଡିଂ ବନ୍ଦ ରହିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ
ବଡ଼କଥା ହେଉଛି ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ। ଶ୍ରମିକ ଓ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯିବ। ବିନା ପରିଚୟପତ୍ରରେ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ।
Miscellaneous
‘ବାଲିମେଳା ଜଳଭଣ୍ଡାରରେ ସୌର ଶକ୍ତିରୁ ଉତ୍ପନ୍ନ ହେବ ବିଦ୍ୟୁତ’
ବୈଠକ ପରେ ଶ୍ରୀ ସିଂଦେଓ କହିଛନ୍ତି, ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପର ନବୀକରଣ କରାଯିବ। ଏଠାରୁ ଆହୁରି ଅଧିକ ୬୦୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କରାଯିବ। ଏଥିପାଇଁ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତି ଲାଗିବ।
Miscellaneous
ଶ୍ରୀମନ୍ଦିରରେ ପିଟାପିଟି ଲାଗିଲେ ଦୁଇ ସେବାୟତ ଗୋଷ୍ଠୀ
ଆଜି ଅପରାହ୍ନରେ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟସ୍ଥ ମୁକ୍ତିମଣ୍ଡପ ପାଖରେ ସେବାୟତ ବିଶ୍ୱନାଥ ଖୁଣ୍ଟିଆ ଶ୍ରଦ୍ଧାଳୁଙ୍କୁ ପାଦୁକା ବାଣ୍ଟୁଥିଲେ। ଠିକ୍ ସେତିକି ବେଳେ ନିଜ ସମ୍ପର୍କୀୟ ସେବାୟତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ଶ୍ରୀ ଖୁଣ୍ଟିଆ ଲହୁ ଲୁହାଣ ହୋଇଥିଲେ।
Miscellaneous
ଲାଗିଛି ଡୋରି ଯିବି ମୁଁ ପୁରୀ... ପାଦରେ ଚାରି ଧାମ୍ ଯାତ୍ରାରେ ୟୁପି ଯୁବକ
ଅଯୋଧ୍ୟାରୁ କାଶି ବିଶ୍ୱନାଥ ଯାଇଥିଲେ ମିଥିଲେଶ। ବାବାଙ୍କୁ ଦର୍ଶନ କରିବା ପରେ ସେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୫୩ ଦିନ ହେଲା ପାଦରେ ଚାଲୁଛନ୍ତି। ପିଠିରେ ଝୁଲୁଥିବା ବ୍ୟାଗରେ ତ୍ରିରଙ୍ଗା ଓ ସନାତନ ପତାକୁ ଉଡାଇ ଚାଲିଛନ୍ତି।
Miscellaneous
IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର
୪୦୯ ନଂ ରାଙ୍କରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ଓଡ଼ିଶା କ୍ୟାଡର। ୩୬ ନଂ ରାଙ୍କରେ ଥିବା ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର। ୫୪ ନଂ ରାଙ୍କରେ ଥିବା ହରିୟାଣାର କଶିସ୍ ବକ୍ସିଙ୍କୁ ଓଡ଼ିଶା କ୍ୟାଡର। ୬୮ ନଂ ରାଙ୍କରେ ଥିବା କେରଳର କସ୍ତୁରୀ ସା'ଙ୍କୁ ଓଡ଼ିଶା କ୍ୟାଡର।