Advertisment

ବୁଥ୍‌ ରିଗିଂ ଅଭିଯୋଗ: ବିଜେପି-ବିଜେଡି ମୁହାଁମୁହିଁ

କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଆଗରେ ବିଜେପିର କର୍ମୀମାନେ ଧାରଣା ଦେଇଛନ୍ତି।

author-image
Madhupriya Mistry
Poll Violence

Poll Violence

ଆଜି ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଚାଲିଛି ଅନ୍ତିମ ପର୍ଯ୍ୟାୟ ମତଦାନ। ତେବେ ଏହାରି ଭିତରେ ବିଭିନ୍ନ ସ୍ଥାନରେ ହିଂସା ସ୍ଥିତି ଉପୁଜିଛି। ଯାଜପୁର ବରୀ ଅଞ୍ଚଳରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହେବା ସହ ବୁଥ ରିଗିଂ ଅଭିଯୋଗ ଆସିଛି।

Advertisment

ବରୀ ସାହୁପଡ଼ା ୧୦୬ନଂ ବୁଥରେ ବିଜେପି- ବିଜେଡି ମୁହାଁମୁହିଁ ହୋଇଛନ୍ତି। ବୁଥ୍‌ରେ ରିଗିଂ ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା କୁହାଯାଉଛି। ଭୋଟ ଦେବାକୁ ଆସିଥିବା କିଛି ବିଜେପି କର୍ମୀଙ୍କ ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି। ଏଥିରେ ଦୁଇରୁ ତିନି ଜଣ ଆହତ ହୋଇଛନ୍ତି।

୪୦ରୁ ୪୨ଟି ବୁଥ୍‌କୁ କ୍ୟାପଚରିଂ କରିଛି ବିଜେଡି। କେବଳ ବିଜେଡିକୁ ଭୋଟ ଦିଅ ବୋଲି ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବିରେ ରାମଚନ୍ଦ୍ରପୁର ଥାନାରେ ବିଜେପିର କର୍ମୀମାନେ ଧାରଣା ଦେଇଛନ୍ତି।

Advertisment

ତିନି ଘଣ୍ଟା ଧରି ଧାରଣାରେ ବସିବା ପରେ ମଧ୍ୟ ପୁଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସେମାନେ କହିଛନ୍ତି। ତେଣୁ ସମ୍ପୂର୍ଣ୍ଣ ଆସନରେ ପୁଣି ଥରେ ମତଦାନ କରିବାକୁ ସେମାନେ ଦାବି କରିଛନ୍ତି। 

Poll Violence Loksabha Election 2024 Odisha Election