/odisha-reporter/media/post_attachments/uploadimage/library/16_9/16_9_0/IMAGE_1728994433.jpg)
Paddy Procurement
ଥରେ ହିଁ ଯାଞ୍ଚ ହେବ ଧାନର ମାନ । ମିଲରେ କଟନୀ ଛଟନୀର ଶିକାର ହେବେନି ଚାଷୀ । ଆଗରୁ ମଣ୍ଡିରେ ଥରେ ଏବଂ ମିଲରେ ଥରେ ମାନ ଯାଞ୍ଚ ହେଉଥିଲା । ଏବେ ଥରେ ମାତ୍ର ଯାଞ୍ଚ ହେବ । ଧାନ କିଣା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଧାନ ବିକ୍ରି ବେଳେ ସିଲ ହେବ ପଡୋଶୀ ରାଜ୍ୟ ସୀମା । ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ବିକି ପାରିବେନି ଧାନ ।
ଛତିଶଗଡ଼, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟର ସୀମାରେ ଚେକିଂ କଡାକଡି ହେବ । ବଡ କଥା ହେଲା ଜିଲ୍ଲାପାଳ ବଢାଇ ପାରିବେ ଚାଷୀଙ୍କ ଟୋକନ ସୀମା। ସେଥିପାଇଁ ଜିଲ୍ଲାପାଳଙ୍କୁ ଅଧିକୃତ କ୍ଷମତା ଦିଆଯିବ । ଆଉ ରାଜ୍ୟ ସରକାର ପାଖକୁ ପଠାଇବେନି ଜିଲ୍ଲା ସ୍ତରରେ ନିଷ୍ପତ୍ତି ନେଇ ପାରିବେ ।
ସେହିପରି ବର୍ଷାରୁ ବର୍ତ୍ତିବାକୁ ମଣ୍ଡି ଗୁଡିକରେ ନିର୍ମାଣ ହେବ ଗୋଡାଉନ। ଚାଷୀଙ୍କ ପାଈଁ ବି ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯିବ । ସବୁ ମଣ୍ଡି ଗୁଡିକର ଆଧୁନିକିରଣ ପାଇଁ ୫୫୦ କୋଟି ଖର୍ଚ୍ଚ କରିବେ ସରକାର । ଧାନ କିଣା ପାଇଁ ଜିଲ୍ଲା ଦାୟିତ୍ୱରେ ରହିବେ ମନ୍ତ୍ରୀ । ପ୍ରତି ମଣ୍ଡିରେ ରହିବେ ଜଣେ ଅଧିକୃତ ଅଧିକାରୀ । କିଛି ମଣ୍ଡିକୁ ନେଇ ଗୋଟିଏ ଗୋଟିଏ ଜୋନ ଗଠନ ହେବ । ପ୍ରତି ଜୋନରେ ଜଣେ ସୁପରଭାଇଜର ରହିବେ। ଇନପୁଟ ସବସିଡ ଆକାରରେ ୮୦୦ ଟଙ୍କା ଅଧିକ ଦିଆଯିବ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଧାନ କ୍ରୟ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ୮୦ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
