ଧାନ ସଂଗ୍ରହ: ଜିଲ୍ଲା ଦାୟିତ୍ୱରେ ରହିବେ ମନ୍ତ୍ରୀ, ଟୋକନ୍ ଅବଧି ବଢ଼ାଇପାରିବେ ଜିଲ୍ଲାପାଳ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଚଳିତବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମୀକ୍ଷା କରି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।

CM Mohan Majhi And Ministers

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Ordigital Desk
  • Published: Tuesday, 15 October 2024
  • Updated: 15 October 2024, 07:04 PM IST

Sports

Latest News

ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଚାଷୀଙ୍କଠୁ ଧାନ ସଂଗ୍ରହ ପ୍ରକ୍ରିୟାରେ ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ଆବଂଟନ କରାଯାଇଛି । ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ଅବା ଦୁଇଟି ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହି ସରକାରଙ୍କ ନିମନ୍ତେ ଏକକ ଯୋଗସୂତ୍ରକାରୀ ଭାବେ କାର୍ଯ୍ୟ କରିବେ । ଏହାସହିତ ଚଳିତ ଖରିଫ ଋତୁରୁ ଧାନ ବିକ୍ରିବେଳେ କଟନୀ-ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରାଯିବ ଓ ଚାଷୀମାନଙ୍କ ଟୋକନ୍ ଅବଧିକୁ ଜିଲ୍ଲାପାଳମାନେ ମଧ୍ୟ ଆବଶ୍ୟକତା ଅନୁସାରେ ବୃଦ୍ଧି କରିପାରିବେ । ରାଜ୍ୟର ବିଜେପି ସରକାର ନିଜ ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ଚଳିତ ଖରିଫ ଋତୁରୁ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ବୋନସ୍ ଦେବାକୁ ନିଷ୍ପତ୍ତି ନେଇଥିବାରୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅତ୍ୟନ୍ତ ସ୍ୱଚ୍ଛ ଓ ପାରଦର୍ଶୀ କରି ବିଗତ ଦିନରେ ଚାଲିଥିବା ଅନିୟମିତତା, ଦୁର୍ନୀତି ଓ ପ୍ରିୟାପ୍ରୀତିତୋଷଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଦକ୍ଷେପ ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଚଳିତବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମୀକ୍ଷା କରି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମଥର ପାଇଁ ଧାନର ସର୍ବନିମ୍ନ ମୂଲ୍ୟ ଉପରେ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ଅତିରିକ୍ତ ଦିଆଯାଉଛି । ସେଥିପାଇଁ ଚାଷୀମାନଙ୍କ ମଧ୍ୟରେ  ବିପୁଳ ଉତ୍ସାହ ରହିଛି । ତେଣୁ ଧାନସଂଗ୍ରହ ପ୍ରକ୍ରିୟା ଯେପରି ସମ୍ପୂର୍ଣ୍ଣ ସ୍ୱଚ୍ଛ ହେବ ସେଥିପାଇଁ ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ଅବା ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇବେ । ସେମାନେ ସରକାରଙ୍କ ପାଇଁ ୱାନପଏଂଟ କଣ୍ଟାକ୍ଟ ଭାବେ କାର୍ଯ୍ୟ କରିବେ । ମନ୍ତ୍ରୀମାନେ ଜିଲ୍ଲା ତଥା ବିଭିନ୍ନ ମଣ୍ଡି ଗସ୍ତ କରି ଚାଷୀମାନଙ୍କ କଥା ଶୁଣି ତା’ର ପ୍ରତିକାର କଲେ ସାଧାରଣ ଜନତା ସରକାରଙ୍କ ଆନ୍ତରିକତା ଅନୁଭବ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଧାନ ବିକ୍ରି ପାଇଁ ସମସ୍ତ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ୮୩.୧୬ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଚାଷୀ । ସେମାନେ ଯେପରି ବିନା ଅସୁବିଧାରେ ନିଜର ଧାନ ବିକ୍ରି କରିପାରିବେ ତାହା ସୁନିଶ୍ଚିତ କରିବା ଜିଲ୍ଲାପାଳମାନଙ୍କର ଦାୟିତ୍ୱ ଓ ଧାନ ସଂଗ୍ରହରେ କ୍ଷୁଦ୍ର ଚାଷୀଙ୍କୁ ପ୍ରାଥମିକତା ଦେବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଟୋକେନ୍ ଅବଧି ସମ୍ପର୍କରେ କ୍ଷୁଦ୍ର ଚାଷୀମାନେ ବିଶେଷ ସୂଚନା ପାଇପାରୁନାହାନ୍ତି । ତେଣୁ ସେମାନଙ୍କୁ ସଚେତନ କରିବା ସହ ଆବଶ୍ୟକସ୍ଥଳେ ଜିଲ୍ଲାପାଳମାନେ ସେମାନଙ୍କ ଟୋକେନ୍ ଅବଧିକୁ ବୃଦ୍ଧି କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଗତ ସରକାରରେ ଚାଷୀଙ୍କ ଟୋକେନ୍ ଅବଧି ସମାପ୍ତ ହୋଇଯିବା ଯୋଗୁ ସେମାନେ ଧାନ ବିକ୍ରିରେ ସମସ୍ୟା ହେଉଥିଲା । ଧାନର କଟନୀ-ଛଟନୀ ବନ୍ଦ କରିବା ପାଇଁ ଚାଷୀମାନେ ଯେପରି କେବଳ ଏଫଏକ୍ୟୁ ମାନର ଧାନକୁ ମଣ୍ଡିକୁ ଆଣିବେ ସେଥିପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି । ତେଣୁ ଚାଷୀମାନଙ୍କ ହ୍ୱାଟସଅପ୍ ଗ୍ରୁପରେ ସେମାନଙ୍କୁ ବାରମ୍ବାର ଏ ସମ୍ପର୍କରେ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଧାନର ମାନ ନିର୍ଣ୍ଣୟରେ ମଣ୍ଡି ପରିଚାଳନା ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Also Read

ଧାନର ମାନ ନିର୍ଣ୍ଣୟ କରିବା ପାଇଁ ୨୦୦ଟି ବୃହତ ମଣ୍ଡିରେ ଅଟୋମେଟିକ୍ ଗ୍ରେନ୍ ଆନାଲାଇଜର ବ୍ୟବସ୍ଥା ହୋଇଛି । ଛୋଟମଣ୍ଡିରେ ମାନ୍ୟୁଆଲ ଗ୍ରେନ୍ ଆନାଲାଇଜର ବ୍ୟବସ୍ଥା ମଧ୍ୟ କରାଯିବ । ଧାନର ପରୀକ୍ଷା ନିରୀକ୍ଷା କରି ପ୍ରମାଣପତ୍ର ଦେବା ପାଇଁ ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରରେ କ୍ୱାଲିଟି ଆନାଲିସିଷ୍ଟ ଓ ସୁପରଭାଇଜର ନିୟୋଜିତ ହେବେ । ଓଡ଼ିଶାରେ ଧାନର ମୂଲ୍ୟ ବୃଦ୍ଧି ପାଇଥିବାରୁ ବାହାର ରାଜ୍ୟରୁ ଓଡ଼ିଶାକୁ ଧାନ ଆସିବାର ସମ୍ଭାବନା ରହିଛି । ତେଣୁ ଜିଲ୍ଲାପାଳମାନେ ସବୁ ସୀମାବର୍ତ୍ତୀ ଅଂଚଳରେ ଏନଫୋର୍ସମେଂଟ ସ୍କ୍ୱାର୍ଡ ନିୟୋଜନ ପାଇଁ ବ୍ୟବସ୍ଥା କରିଛନ୍ତି । ସିସିଟିଭି ଓ ସ୍ମାର୍ଟ କ୍ୟାମେରା ମାଧ୍ୟମରେ ସୀମାବର୍ତ୍ତୀ ରାଜ୍ୟ ସହ ଯୋଡ଼ୁଥିବା ମୁଖ୍ୟ ରାସ୍ତାଗୁଡ଼ିକର ୨୪ଘଂଟିଆ ମନିଟରିଂ କରାଯିବ ବୋଲି ବୈଠକରୁ ଜଣାପଡ଼ିଛି ।

ବୈଠକର ନିଷ୍ପତ୍ତି ଅନୁସାରେ ମଣ୍ଡି ପରିଚାଳନା ପାଇଁ ପ୍ରତ୍ୟେକ ମଣ୍ଡି ପରିଚାଳନା ଅଧିକାରୀ ରହିବେ । ପ୍ରତି ୪-୫ଟି ମଣ୍ଡିକୁ ନେଇ ଜଣେ ଲେଖାଏଁ ସୁପରଭାଇଜର ରହିବେ । ଗୋଟିଏ ସେଂଟ୍ରାଲ ଡ୍ୟାସବୋର୍ଡ ଜରିଆରେ ମଣ୍ଡିରେ ହେଉଥିବା ସବୁ କାର୍ଯ୍ୟକ୍ରମର ତଦାରଖ କରାଯିବ । କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ ସହାୟତାରେ ଧାନ ସଂଗ୍ରହ ବ୍ୟବସ୍ଥାର ତଦାରଖ ମଧ୍ୟ କରିବାକୁ ନିଷ୍ପତ୍ତି ହୋଇଛି ।

ଆଜିର ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସମେତ ମୁଖ୍ୟ ସଚିବ, ପୁଲିସ ଡିଜି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳମାନେ ମଧ୍ୟ ଭର୍ଚୁଆଲ ମୋଡରେ ଏହି ବୈଠକରେ ସାମିଲ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story