Advertisment

ବୌଦ୍ଧକୁ ଗଡ଼ିବ ଟ୍ରେନ୍‌; ଆଜି ଇଞ୍ଜିନର ହେଲା ଟ୍ରାଏଲ୍‌ ରନ୍‌

ସୋନପୁର ଜିଲ୍ଲାରୁ ତେଲ ନଦୀ ବ୍ରିଜ ଦେଇ ମନମୁଣ୍ଡାର ପୁରୁଣାପାଣି ଓ ଝାରମୁଣ୍ଡା ଦେଇ ସଫଳତା ସହ ବୌଦ୍ଧରେ ପହଞ୍ଚିଛି ଟ୍ରେନ୍‌ ଇଞ୍ଜିନ। ପ୍ରଥମ ଥର ପାଇଁ ନିଜ ଅଞ୍ଚଳରେ ଟ୍ରେନକୁ ଦେଖିବା ଲାଗି ବହୁ ସଂଖ୍ୟାରେ ଲୋକ ବୌଦ୍ଧ ଷ୍ଟେସନରେ ଜମା ହୋଇଥିଲେ।

ଅଦ୍ୟତନ ହୋଇଛି
Train

Train

Advertisment

ବୌଦ୍ଧକୁ ଗଡିଲା ଟ୍ରେନ୍‌। ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଅଧୀନରେ ଆଜି ବୌଦ୍ଧ ଜିଲ୍ଲା ସଦର ମହକୁମାକୁ ପରୀକ୍ଷାମୂଳକ ଭାବେ ଟ୍ରେନ ଚାଲିଛି। ସୋନପୁର ଜିଲ୍ଲାରୁ ତେଲ ନଦୀ ବ୍ରିଜ ଦେଇ ମନମୁଣ୍ଡାର ପୁରୁଣାପାଣି ଓ ଝାରମୁଣ୍ଡା ଦେଇ ସଫଳତା ସହ ବୌଦ୍ଧରେ ପହଞ୍ଚିଛି ଟ୍ରେନ୍‌ ଇଞ୍ଜିନ। ପ୍ରଥମ ଥର ପାଇଁ ନିଜ ଅଞ୍ଚଳରେ ଟ୍ରେନକୁ ଦେଖିବା ଲାଗି ବହୁ ସଂଖ୍ୟାରେ ଲୋକ ବୌଦ୍ଧ ଷ୍ଟେସନରେ ଜମା ହୋଇଥିଲେ। ଟ୍ରେନ୍‌ ଇଞ୍ଜିନ ପହଞ୍ଚିବା ପରେ ଖୁସି ମନାଇଥିଲେ ସ୍ଥାନୀୟ ଲୋକେ। ରେଳ ଅଧିକାରୀଙ୍କ ସୂଚନା ଅନୁସାରେ ଖୁବଶୀଘ୍ର ଏହି ଲାଇନରେ ଟ୍ରେନ ଚଳାଚଳ କରିବ।

Advertisment

ଖୋର୍ଦ୍ଧା ରୋଡ୍‌ରୁ ବଲାଙ୍ଗିର ପର୍ଯ୍ୟନ୍ତ ରେଳପଥ ପ୍ରକଳ୍ପଟି ସମୁଦାୟ ରହିଛି ୩୦୧ କିଲୋମିଟର। ସେଥିମଧ୍ୟରୁ ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ସୀମାନ୍ତ ବାରିଙ୍ଗ ବଦଲାଠାରୁ ବୌଦ୍ଧ-ସୋନପୁର ସୀମାନ୍ତ ମନମୁଣ୍ଡା ପର୍ଯ୍ୟନ୍ତ ଥିବା ୧୧୦ କିମି ରେଳପଥ କେବଳ ବୌଦ୍ଧ ଜିଲ୍ଲାରେ ରହିଛି। ଗୋଟିଏ ପଟେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଯାଏ ଓ ଅନ୍ୟପଟେ ସୋନପୁର ଯାଏ ଉକ୍ତ ରେଳପଥ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।

ଉକ୍ତ ପ୍ରକଳ୍ପ ପାଇଁ ବୌଦ୍ଧ-ଦଶପଲ୍ଲା ମଧ୍ୟରେ ନିର୍ମାଣ ହେଉଛି ୭ଟି ଟର୍ଣ୍ଣେଲ। ସେଥିରୁ କେବଳ ବୌଦ୍ଧ ଜିଲ୍ଲାରେ ରହିଛି ୪ଟି ଟର୍ଣ୍ଣେଲ। ଏହି ୪ଟି ଟର୍ଣ୍ଣେଲରୁ ଇତି ମଧ୍ୟରେ ମାର୍ଦ୍ଧିଙ୍ଗଠାରେ ୨ଟି ଟର୍ଣ୍ଣେଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଆଉ ୨ଟି ଟର୍ଣ୍ଣେଲ କାର୍ଯ୍ୟ ନିର୍ମାଣଧୀନ ରହିଛି। ସେଥିମଧ୍ୟରୁ ଆଡେନିଗଡ଼ଠାରେ ଚାଲିଛି ୪ କିମି ୩ ଶହ ୫୦ମିଟର ଲମ୍ବ ବିଶିଷ୍ଟ ରାଜ୍ୟର ସର୍ବ ବୃହତ ଟର୍ଣ୍ଣେଲ କାମ। ଉକ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରିଛନ୍ତି ବୌଦ୍ଧବାସୀ।

Advertisment

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

Boudh Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe