Advertisment

ଖସିଗଲା ବେରିଂ, ଢଳିଗଲା ବ୍ରିଜ; ଭାରି ଯାନ ଚଳାଚଳ ବନ୍ଦ

ସେତୁଟି ଗୋଟିଏ ପଟକୁ ଢଳିପଡିଛି। ଏଥିଯୋଗୁ କୌଣସି ଅଘଟଣ ଆଶଙ୍କାରେ ପୁଲିସ ଓ ପୂର୍ତ୍ତ ବିଭାଗ ପକ୍ଷରୁ ବଡ ଗାଡି ଚଳା ଚଳ ଉପରେ କଟକଣା ଲଗା ଯାଇଛି।

author-image
Niharika Rout
Bridge

Bridge

କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଲାଇଫ ଲାଇନ ବୈତରଣୀ ବ୍ରିଜର ଗୋଟିଏ ସ୍ପାନର ବେରିଂ ଖସିପଡିଛି। ଫଳରେ ସେତୁଟି ଗୋଟିଏ ପଟକୁ ଢଳିପଡିଛି। ଏଥିଯୋଗୁ କୌଣସି ଅଘଟଣ ଆଶଙ୍କାରେ ପୁଲିସ ଓ ପୂର୍ତ୍ତ ବିଭାଗ ପକ୍ଷରୁ ବଡ ଗାଡି ଚଳା ଚଳ ଉପରେ କଟକଣା ଲଗା ଯାଇଛି। ଫଳରେ ଆନନ୍ଦପୁର-ଘସିପୁରା ମଧ୍ୟର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଉଭୟ ପଟେ ଅନେକ ଯାନ ବାହାନ ଅଟକି ରହିଥିବା ବେଳେ ଲୋକେ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି।

Advertisment

ପ୍ରାୟ ୫୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ପୂର୍ବେ ଆନନ୍ଦପୁରରୁ ଘସିପୁରାକୁ ସଂଯୋଗ କରୁଥିବା ଏହି ପୋଲ ନିର୍ମିତ ହୋଇଥିଲା। ଏହା ସ୍ଥାନୀୟ ଲୋକଙ୍କ ଲାଇଫ୍‌ଲାଇନ୍‌ ହୋଇଥିବା ବେଳେ ମୟୂରଭଞ୍ଜ, ଭଦ୍ରକ, କଟକ, ଭୁବନେଶ୍ୱର ଆଦି ଜିଲ୍ଲାରୁ ଆସୁଥିବା ଲୋକ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଏହି ପୋଲ ଉପରେ ନିର୍ଭର କରିଥାନ୍ତି।

ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ୨, ୩ ବର୍ଷ ହେଲା ଏପରି ସମସ୍ୟା ଲାଗି ରହୁଛି। ମରାମତି ପରେ କିଛି ଦିନ ଠିକ୍‌ ଚାଲୁଛି। ମାତ୍ର ପରେ ଯାହାକୁ ତାହା । ଏବେ ଭାରିଯାନ ଚଳାଚଳ ବନ୍ଦ ଥିବାରୁ ବସ୍‌, ଟ୍ରକ୍‌ ଆଦି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଲୋକେ ଦୁଇ ଚକିଆ ଯାନ, ଅଟୋ, କାର୍‌ ଆଦିରେ ଯାତାୟତ କରୁଛନ୍ତି। ମାତ୍ର ଯେଉଁମାନେ ବସ୍‌ରେ ଦୂରଦୂରାନ୍ତକୁ ଯାଉଛନ୍ତି ସେମାନେ ପ୍ରବଳ ହଇରାଣ ହେଉଛନ୍ତି।

Advertisment

ପ୍ରତ୍ୟକଦିନ ପୋଲ ଉପରେ ବହୁ ସଂଖ୍ୟାରେ ବାଲି ଓ ଚିପ୍ସ ବୋଝେଇ ଓଭରଲୋଡ଼ ଭାରିଯାନ ଚଳା ଚଳ ପୋଲ ଦବିବାର ମୁଖ୍ୟ କାରଣ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ମାତ୍ର ପ୍ରଶାସନ କେବଳ ପୋଲର ଉଭୟ ପଟେ ଦୁର୍ବଳ ସେତୁ ଭାରିଯାନ ଚଳା ଚଳ ନିଷେଧ ବୋର୍ଡ ଲଗାଇ ଦେଇ ଚୁପ୍‌ ହୋଇ ବସି ରହିଛି।

ତେଣୁ ତୁରନ୍ତ ଏହାର ସ୍ଥାନୀ ସମାଧାନ ନଚେତ ନୂତନ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Keonjhar