Advertisment

ସାପ କାମୁଡ଼ାରେ ଭାଇଭଉଣୀ ମୃତ, ପ୍ରଥମେ ଗୁଣିଆ ପାଖକୁ ନେଇଥିଲେ ପରିବାର ଲୋକେ

ଭାଇଭଉଣୀଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିବା ପରେ ପରିବାର ଲୋକେ ଉଭୟଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନ ନେଇ ଗୁଣିଆ ପାଖକୁ ନେଇଥିଲେ।

author-image
Jitendra Garnayak
Snake

Snake

ସାପ କାମୁଡ଼ାରେ ଭାଇଭଉଣୀ ମୃତ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ଗାଁରେ ଘଟିଛି ଏହି ଘଟଣା।

Advertisment

ମୃତକ ଦ୍ୱୟ ହେଉଛନ୍ତି ଅମିତା ହରିଜନ (୧୧) ଓ ତାଙ୍କ ସାନ ଭାଇ ଋତୁରାଜ ହରିଜନ (୯ ମାସ)।

ଗତକାଲି ରାତିରେ ଭାଇଭଉଣୀ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ିଥିଲା ବୋଲି ପରିବାର ଲୋକେ କହିଛନ୍ତି।

Advertisment

ସେମାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିବା ପରେ ପରିବାର ଲୋକେ ଉଭୟଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନ ନେଇ ଗୁଣିଆ ପାଖକୁ ନେଇଥିଲେ। ଭାଇଭଉଣୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭୋର ପ୍ରାୟ ୪ଟା ବେଳେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଭାଇଭଉଣୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ସାପ କାମୁଡ଼ିଛି ବୋଲି ଜଣାପଡ଼ିବା ମାତ୍ରେ ନିକଟସ୍ଥ ଡାକ୍ତରଖାନାକୁ ଯିବାକୁ ବିଭିନ୍ନ ସ୍ତରରେ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିବା ସତ୍ତ୍ୱେ ପୁଣି ଏମିତି ଏକ ଘଟଣା ଘଟିଯାଇଛି। ହୁଏତ ଏହି ଭାଇଭଉଣୀଙ୍କୁ ଯଥାସମୟରେ ଡାକ୍ତରଖାନା ନେଇଯାଇଥିଲେ, ସେମାନଙ୍କ ଜୀବନ ବଞ୍ଚିଯାଇଥା’ନ୍ତା। ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି ଯେ ସାପ କାମୁଡ଼ା ନେଇ ଗ୍ରାମାଞ୍ଚଳରେ ସଚେତନ କାର୍ଯ୍ୟକ୍ରମ କରାଯାଉଛି। ତଥାପି ଆହୁରି ସଚେତନ କରାଯିବାର ଆବଶ୍ୟକତା ରହିଛି।