Advertisment

ସରକାରୀ ଜମିରେ ଘର କରିଥିଲେ, ଚଢ଼ିଲା ବୁଲ୍‌ଡୋଜର

ଦାରିଙ୍ଗବାଡ଼ି ମାଜିଷ୍ଟ୍ରେଟ ଶରତ ଶବରଙ୍କ ଉପସ୍ଥିତିରେ ବୁଲ୍‌ଡୋଜର ସାହାଯ୍ୟରେ ଘର ଗୁଡିକୁ ଭଙ୍ଗି ଦିଆଯାଇଛି। ଜବରଦଖଲ ମୁକ୍ତ ହେବା ପରେ ଅଦାଲତଙ୍କୁ ସଂପୃକ୍ତ ଜମି ହସ୍ତାନ୍ତର କରାଯିବ ବୋଲି ତହସିଲଦାର କହିଛନ୍ତି।

author-image
Manoranjan Sial
Phulbani

Phulbani

ସରକାରୀ ଜମିରେ ବେଆଇନ୍‌ ଭାବେ ଘର କରି ରହୁଥିଲେ। ବାରମ୍ୱାର ନୋଟିସ୍‌ ପରେ ମଧ୍ୟ ଉଠୁନଥିଲେ। ଆଜି ମାଜିଷ୍ଟ୍ରେଟ୍‌ ଉପସ୍ଥିତିରେ ବୁଲ୍‌ଡୋଜର ଚଢ଼ାଇ ଘର ଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ଆଜି ଏପରି ଚିତ୍ରଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ।

Advertisment

ଦାରିଙ୍ଗବାଡ଼ି ବିଚାର ବିଭାଗୀୟ ଅଦାଲତଙ୍କ ସରକାରୀ ଜମିକୁ ଜବରଦଖଲ କରି ବେଆଇନ୍‌ ଭାବେ ଘର ନିର୍ମାଣ କରି ରହୁଥିଲେ ୬ ପରିବାର। ଏ ସମ୍ପର୍କରେ ଜଣାପଡ଼ିବା ପରେ ତହସିଲ କାର୍ଯ୍ୟାଳୟ ତରଫରୁ ସରକାରୀ ଜମିରୁ ହଟିଯିବା ପାଇଁ ନିର୍ଦ୍ଦେଶ ଦିଆଯାଉଥିଲା। ଏଥିପାଇଁ ସେମାନଙ୍କୁ ନୋଟିସ୍‌ କରାଯାଇଥିଲା। ହେଲେ ଜବରଦଖଲକାରୀମାନେ ପ୍ରଶାସନର ନିର୍ଦ୍ଦେଶକୁ ବାରମ୍ବାର ଅବମାନନା କରି ଆସୁଥିଲେ।

ଶେଷରେ ପ୍ରଶାସନ ଚରମ ନିଷ୍ପତ୍ତି ନେଲା। ଦାରିଙ୍ଗବାଡ଼ି ମାଜିଷ୍ଟ୍ରେଟ ଶରତ ଶବରଙ୍କ ଉପସ୍ଥିତିରେ ବୁଲ୍‌ଡୋଜର ସାହାଯ୍ୟରେ ଘର ଗୁଡିକୁ ଭଙ୍ଗି ଦିଆଯାଇଛି। ଜବରଦଖଲ ମୁକ୍ତ ହେବା ପରେ ଅଦାଲତଙ୍କୁ ସଂପୃକ୍ତ ଜମି ହସ୍ତାନ୍ତର କରାଯିବ ବୋଲି ତହସିଲଦାର କହିଛନ୍ତି। ଅନ୍ୟପକ୍ଷରେ ବିନା ନୋଟିସରେ ଆମ ଘର ଗୁଡିକ ଭଙ୍ଗି ଦିଆଯାଇଥିବା ଜବରଦଖଲକାରୀ କହିଛନ୍ତି।

Advertisment

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ କୁମାର ନାୟକ

Kandhamal Phulbani