Advertisment

୧୨ ଘଣ୍ଟିଆ ବୁର୍ଲା ବନ୍ଦ; ଜୀବନଯାତ୍ରା ଠପ୍

ଆଜି ସକାଳେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି।

ଅଦ୍ୟତନ ହୋଇଛି
strike

strike

Advertisment

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ଓ ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ। ବୁର୍ଲା ନାଗରିକ କମିଟି ପକ୍ଷରୁ ସକାଳ ୬ଟା ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।

Advertisment

ବର୍ଷ ବର୍ଷ ଧରି ବୁର୍ଲା ସହରରେ ବାସ କରୁଥିବା ଲୋକମାନଙ୍କର ସ୍ଥାୟୀ ଜମି ପଟ୍ଟା ମିଳିପାରୁ ନାହିଁ। ବାରମ୍ବାର ଏନେଇ ଦାବି କଲେ କିଛି ସୁଫଳ ମିଳି ନାହିଁ। ଶୀଘ୍ର ଲୋକମାନଙ୍କର ସ୍ଥାୟୀ ଜମି ପଟ୍ଟା ପାଇଁ ଲୋକେ ଦାବି କରିଛନ୍ତି।  ଏହାସହ  ସହରରେ ଏବେ ରାସ୍ତା ସଂପ୍ରସାରଣ ପାଇଁ ବ୍ୟାପକ ଭାବେ ଘର ଓ ଦୋକାନ ଘର ଉଚ୍ଛଦ ଚାଲିଥିବାରୁ ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି ଲୋକେ।

ଆଜିର ବନ୍ଦ କେବଳ ବୁର୍ଲା ସହର ମଧ୍ୟରେ ସୀମିତ ରହିଛି। ସହରର ସମସ୍ତ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ସମେତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିଛି।

Advertisment

ତେବେ ବୁର୍ଲା ହସପିଟାଲକୁ ଦୈନଦିନ ହଜାର ହଜାର ରୋଗୀ ଆସୁ ଥିବାରୁ ଆମ୍ବୁଲାନସ ସେବା ଓ ରୋଗୀ ମାନେ ଆସୁଥିବା ଗାଡି ଚଳାଚଳ ପ୍ରଭାବିତ ହେବନାହିଁ ବୋଲି ବୁର୍ଲା ନାଗରିକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ସକାଳେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe