କ୍ୟାମ୍ପସକୁ ସର୍ଟ ଡ୍ରେସ୍ ମନା | Odisha Reporter
ଆପତ୍ତିଜନକ ପୋଷାକ ପରିଧାନ କରି ବୁର୍ଲା ଭିସୁଟରେ ପ୍ରବେଶ ଉପରେ ଲାଗିଲା କଟକଣା । ଛାତ୍ରଛାତ୍ରୀମାନେ ଆଗାମୀ ଟେକ୍ନୋ- କଲଚରାଲ ଫେଷ୍ଟିଭାଲ ୨୦୨୪ରେ ପାରମ୍ପରିକ ପୋଷାକ ପରିଧାନ କରି ସାମିଲ ହେବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀମାନେ କୌଣସି ପ୍ରକାରର ଆପତ୍ତିଜନକ ପୋଷାକ, ପାଶ୍ଚାତ୍ୟ ପୋଷାକ କିମ୍ବା ସର୍ଟ ଡ୍ରେସ୍ ପିନ୍ଧିପାରିବେ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ପ୍ରକାଶ ପାଇଛି । ଏନେଇ ଭିସୁଟ କୁଳପତି ବଂଶୀଧର ମାଝୀ କହିଛନ୍ତି, ଆଧୁନିକ ହେବା ସହ ଆମେ ନିଜ ସଂସ୍କୃତି ଭୁଲିବା ଉଚିତ ନୁହେଁ । କାରଣ ଭାରତୀୟ ସଂସ୍କୃତି ଖୁବ୍ ମହାନ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
