Advertisment

୧୦ରୁ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ

ଆଜି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ବୈଠକ ବସିଥିଲା। ବୈଠକରେ ସାରା ରାଜ୍ୟରେ ସବୁ ବସ୍‌ ମାଲିକ ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଥିବା ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା।

undefined

Bus Stand

Advertisment

ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍‌ ଧର୍ମଘଟ କରିବ। ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି, ସେ ପର୍ଯ୍ୟନ୍ତ ବସ୍‌ ଧର୍ମଘଟ ଚାଲିବ ବୋଲି ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥର ଧର୍ମଘଟରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଲାଗିଥିବା ବସ୍‌ ଗୁଡ଼ିକ ସାମିଲ୍‌ ହେବ। ଅର୍ଥାତ ଶିକ୍ଷାନୁଷ୍ଠାନରେ ନିୟୋଜିତ ପ୍ରାଇଭେଟ୍‌ ବସ୍‌ ଗୁଡ଼ିକ ୧୦ ତାରିଖରୁ ଗଡ଼ିବନାହିଁ।

Advertisment

ଆଜି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ବୈଠକ ବସିଥିଲା। ବୈଠକରେ ସାରା ରାଜ୍ୟରେ ସବୁ ବସ୍‌ ମାଲିକ ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଥିବା ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗାଁ ଗହଳିକୁ ‘ଲକ୍ଷ୍ମୀ’ ଯୋଜନାରେ ଗଡ଼ୁଥିବା ବସ୍‌ ଭିତରେ ପ୍ରାଇଭେଟ୍‌ ବସ୍‌ ଗୁଡ଼ିକ ସାମିଲ କରିବା ଓ ମୋ ବସ୍‌ ଅର୍ବାନ ଏରିଆ ଛଡ଼ା ଅନ୍ୟ କୌଣସି ଅଞ୍ଚଳକୁ ନଚଲାଇବା ପାଇଁ ଦାବି ହୋଇଥିଲା। ଏହାଛଡ଼ା ଅନେକ ଗୁଡ଼ିଏ ଦାବି ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଆଜିପର୍ଯ୍ୟନ୍ତ ପରିବହନ କମିଶନର କାର୍ଯ୍ୟକାରୀ ହୋଇପାରି ନାହିଁ। ଯାହାକୁ ନେଇ ବସ୍‌ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Bhubaneswar Mo Bus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe