Advertisment

ଆସନ୍ତାକାଲିଠୁ ହେବନି ୧୦ଜିଲ୍ଲାରେ ବସ୍ ଧର୍ମଘଟ, ନିଷ୍ପତ୍ତିରୁ ଓହରିଲା ମାଲିକ ସଂଘ

ସରକାର ଯଦି ‘ଲକ୍ଷ୍ମୀ’ ଯୋଜନାରେ ଆସନ୍ତାକାଲିଠୁ କଳାହାଣ୍ଡିର ବିଭିନ୍ନ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ବସ୍ ଚଳାଚଳ କରନ୍ତି ତା’ହେଲେ ଧର୍ମଘଟ କରାଯିବ ବୋଲି ସଂଘ କହିଥିଲା।

Bus

Bus

Advertisment

ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆସନ୍ତାକାଲି ବୁଧବାରଠୁ ୧୦ଟି ଜିଲ୍ଲାରେ ପ୍ରସ୍ତାବିତ ବସ୍ ଧର୍ମଘଟ ନିଷ୍ପତ୍ତିରୁ ଓହରି ଯାଇଛି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ।

Advertisment

ଏନେଇ ଆଜି ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥିବାରୁ ଆସନ୍ତାକାଲି ବସ୍ ଧର୍ମଘଟ ନକରିବାକୁ ନିଷ୍ପତ୍ତି ନିଆଯାଇଛି ।

ଗତକାଲି ଶ୍ରୀ ସାହୁ ନଭେମ୍ବର ୧ରୁ ୧୦ଟି ଜିଲ୍ଲାରେ ବସ୍ ଧର୍ମଘଟ ହେବ ବୋଲି ଚେତାବନୀ ଦେଇଥିଲେ । ସରକାର ଯଦି ‘ଲକ୍ଷ୍ମୀ’ ଯୋଜନାରେ ଆସନ୍ତାକାଲିଠୁ କଳାହାଣ୍ଡିର ବିଭିନ୍ନ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ବସ୍ ଚଳାଚଳ କରନ୍ତି ତା’ହେଲେ ଧର୍ମଘଟ କରାଯିବ ବୋଲି କହିଥିଲେ ।

Advertisment

କେବଳ ସେତିକି ନୁହେଁ, ରାଜନୀତିକ ଦଳଗୁଡ଼ିକର କାର୍ଯ୍ୟକ୍ରମକୁ ଲୋକଙ୍କ ପରିବହନ ନିମନ୍ତେ ସେମାନଙ୍କର ବସକୁ ଦିଆଯିବ ନାହିଁ ବୋଲି ଘରୋଇ ବସ୍ ମାଲିକମାନେ ନିଷ୍ପତ୍ତି ନେଇଥିବା ସେ କହିଥିଲେ ।

ଆଜି ରାଜ୍ୟ ସରକାରଙ୍କ ସହ ପୁଣିଥରେ ବସ୍ ମାଲିକ ସଂଘର ଆଲୋଚନା ହୋଇଛି । ସରକାର ମଧ୍ୟ ଘରୋଇ ବସ୍ ମାଲିକମାନଙ୍କର ବ୍ୟବସାୟିକ କ୍ଷତି ହେବା ଭଳି ପଦକ୍ଷେପ ନେବେ ନାହିଁ ବୋଲି ବାରମ୍ବାର ଆଶ୍ୱସ୍ତ କରୁଛନ୍ତି । ତେବେ ସରକାର ଯଦି ଲକ୍ଷ୍ମୀ ବସକୁ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଚଳାଚଳ କରନ୍ତି ତା’ହେଲେ ଏହାକୁ କଡ଼ା ବିରୋଧ କରାଯିବ । ଏସଂକ୍ରାନ୍ତରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଆସନ୍ତା ୮ତାରିଖରେ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Bus Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe