Advertisment

ବସ୍‌ର ପ୍ରଥମ ପାସେଞ୍ଜର ଭାବେ ମହିଳାଙ୍କୁ ବାରଣ ଅଭିଯୋଗ ପ୍ରସଙ୍ଗ, ଜରିମାନା ଗଣିବେ ମାଲିକ

ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦଣ୍ଡ ଦିଆଯିବ ବୋଲି ନିର୍ଦ୍ଦେଶନାମାରେ ରାଜ୍ୟ ପରିବହନ ସଚିବ ଉଲ୍ଲେଖ କରିଛନ୍ତି।

ଅଦ୍ୟତନ ହୋଇଛି
Bus

Bus

Advertisment

ଏଣିକି ମହିଳା ଯାତ୍ରୀଙ୍କୁ ଯଦି କୌଣସି ବସ କର୍ମଚାରୀ ପ୍ରଥମେ ପାସେଞ୍ଜର ଭାବେ ଉଠାଇବାକୁ ବାରଣ କରିବେ, ସଂପୃକ୍ତ ବସ୍ ମାଲିକ ଗଣିବେ ଜରିମାନା। ବସର ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ ଅଭିଯୋଗ ମାମଲା ଉପରେ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ପରିବହନ ବିଭାଗ ସଚିବ।

Advertisment

ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦଣ୍ଡ ଦିଆଯିବ ବୋଲି ନିର୍ଦ୍ଦେଶନାମାରେ ରାଜ୍ୟ ପରିବହନ ସଚିବ ଉଲ୍ଲେଖ କରିଛନ୍ତି। ଏନେଇ ସବୁ RTO ମାନଙ୍କୁ ସଚିବ ଚିଠି କରିଛନ୍ତି। ତା’ସହ ନିୟମିତ ଯାଞ୍ଚ କରିବାକୁ ରାଜ୍ୟର ସମସ୍ତ RTO ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେଉଁଠି ଯଦି ମହିଳାଙ୍କୁ ପ୍ରଥମେ ବସ୍ ଉପରେ ଚଢ଼ିବା ପାଇଁ ବାରଣ କରାଯାଏ, ତେବେ ସଂପୃକ୍ତ ବସ୍ ମାଲିକଙ୍କ ବିରୋଧରେ ଇ-ଚାଲାଣ କାଟିବାକୁ ରାଜ୍ୟ ପରିବହନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଅପରପକ୍ଷେ ଏଭଳି ନିର୍ଦ୍ଦେଶନାମା ଆସିବା ପରେ ଆଜି କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ବସ ମାଲିକ ସଂଘ ପକ୍ଷରୁ ବସର କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ ସରକାରୀ ନିୟମ ପାଳନ ପାଇଁ ମାଇକ ଜରିଆରେ ପ୍ରଚାର କରାଯାଇଛି।

STA RTO Bus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe