Advertisment

ବସ୍ ଧର୍ମଘଟ ପ୍ରତ୍ୟାହାର

ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ।

author-image
Biswajit Samal
Bhubaneswar

Bhubaneswar

ବସ୍ ଧର୍ମଘଟ ପ୍ରତ୍ୟାହାର। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଆଜି ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହୋଇଥିବା ବୈଠକରେ ଘରୋଇ ବସ୍ ମାଲିକ ସଂଘର ଦାବି ଉପରେ ଆଲୋଚନା ହୋଇଥିଲା।

Advertisment

ଏଥିରେ ଲକ୍ଷ୍ମୀ ବସ୍ ଗୁଡ଼ିକ ବ୍ଲକରୁ ଜିଲ୍ଲାକୁ ଚଲାନଯିବା ଦାବିକୁ ସରକାର ମାନି ନେଇଥିଲେ। ପ୍ରାଥମିକ ଭାବରେ ଗଜପତି, ଭବାନୀପାଟଣା, ରାୟଗଡାରେ ଚାଲୁଥିବା ଲକ୍ଷ୍ମୀ ବସ୍ ଗୁଡ଼ିକ ପଞ୍ଚାୟତରୁ ବ୍ଲକକୁ ଚାଲୁଛି। ଆଗକୁ ନବରଙ୍ଗପୁର ଏବଂ କୋରାପୁଟରେ ମଧ୍ୟ ଲକ୍ଷ୍ମୀ ବସ୍ ପଞ୍ଚାୟତରୁ ବ୍ଲକକୁ ଚାଲିବା ନେଇ ନିଷ୍ପତ୍ତି ହୋଇଛି।

ଏହା ବାଦ୍ ଘରୋଇ ବସ୍ ମାଲିକ ସଂଘ ଏବଂ ସରକାରଙ୍କ କିଛି ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଆସନ୍ତା ୭ ଦିନ ମଧ୍ୟରେ ଏକ ବୈଠକ କରି ମୋ ବସ୍ ଚଳାଚଳ ରୁଟକୁ ନେଇ ନିଷ୍ପତ୍ତି ନେବ। ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ବସ୍ ମାଲିକଙ୍କ ଯାହା ଦାବି ଅଛି ଲିଖିତ ଆକାରରେ ଦିଅନ୍ତୁ। ଆଲୋଚନାରେ ସମସ୍ୟାର ସମାଧାନ ହେବ।

Advertisment
BjD Bus Strike