Advertisment

ବସ୍‌ ଧର୍ମଘଟକୁ ନେଇ ସଂଘ କହିଲା- ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ, ଲୋକଙ୍କୁ କ୍ଷମା ମାଗୁଛୁ

ଆଜି ଘରୋଇ ବସ ମାଲିକ ସଂଘ କର୍ମକର୍ତ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଗତ ୯ ତାରିଖରେ ରାଜ୍ୟ ସରକାରଙ୍କ ସହିତ ହୋଇଥିବା ନିଷ୍ପତ୍ତି ଉପରେ ଆଲୋଚନା ହୋଇଥିଲା।

ଅଦ୍ୟତନ ହୋଇଛି
Bus Stand

Bus Stand

Advertisment

ଦୁର୍ଗା ପୂଜା ପୂର୍ବରୁ ରାଜ୍ୟରେ ଠପ୍‌ ହେବ ବସ୍‌ ସେବା। ପୁଣି ଧର୍ମଘଟ ଡାକରା ଦେଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବସ୍‌ ମାଲିକ ସଂଘ। ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ସଂଘ ଏପରି ନିଷ୍ପତ୍ତି ନେଇଛି। ପୂଜା ଛୁଟିରେ ବସ୍‌ ଧର୍ମଘଟ ଯୋଗୁ ସାଧାରଣ ଲୋକ ହଇରାଣ ହୋଇପାରନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ସଂଘ କହିଛି, ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ, ଲୋକଙ୍କୁ କ୍ଷମା ମାଗୁଛୁ।

Advertisment

ଆଜି ଘରୋଇ ବସ ମାଲିକ ସଂଘ କର୍ମକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଗତ ୯ ତାରିଖରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ହୋଇଥିବା ନିଷ୍ପତ୍ତି ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ବାରମ୍ୱାର ପ୍ରତିଶ୍ରୁତି ଦେଇ ଠକୁଥିବାରୁ ବସ୍‌ ମାଲିକ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଆସନ୍ତା ୨୦ ତାରିଖରେ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ ଡାକରା ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବୈଠକ ପରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ।

ଗଣ ମାଧ୍ୟମକୁ ସୂଚନା ଦେଇ ଶ୍ରୀ ସାହୁ କହିଛନ୍ତି, ଗତ ୧୦ ତାରିଖ ସାରା ରାଜ୍ୟରେ ବସ୍‌ ଧର୍ମଘଟ କରିବା ପାଇଁ ସଂଘ ଡାକରା ଦେଇଥିଲା। ୯ ତାରିଖରେ ଏ ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସେଲ୍‌ରୁ ଡାକରା ଆସିଥିଲା। ଏହା ପରେ ସଂଘର କର୍ମକର୍ତ୍ତାମାନେ ଆଲୋଚନା ପାଇଁ ଯାଇଥିଲେ। ବହୁ ସମୟ ଧରି ଆଲୋଚନା ପରେ ଲକ୍ଷ୍ମୀ ଯୋଜନାରେ କୌଣସି ବସ୍‌ ବ୍ଲକ ସଦର ମହକୁମାରୁ ଜିଲ୍ଲା ମୁଖ୍ୟାଳୟକୁ ଚାଲିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। କେବଳ ବ୍ଲକରୁ ପଞ୍ଚାୟତକୁ ଚଲାଇବା ପାଇଁ ସ୍ଥିର ହୋଇଥିଲା ବୋଲି ଶ୍ରୀ ସାହୁ କହିଥିଲେ।

Advertisment

ସେ ଆହୁରି କହିଥିଲେ, ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଯାଇ ଲକ୍ଷ୍ମୀ ଯୋଜନାର ଚାଲିବାକୁ ଥିବା ବସ୍‌ ଗୁଡ଼ିକ ଉଦ୍‌ଘାଟନ କରିଥିଲେ। ସେଥିପାଇଁ ଆମେ ଖୁସି ବ୍ୟକ୍ତ କରିଥିଲୁ। ହେଲେ ସେହିଦିନ ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ବସ୍‌ ଚାଲିଲା। ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ ଏହାକୁ ବିରୋଧ କରିଥିଲେ। ଏବେ ଶୁଣିବାକୁ ମିଳୁଛି ଆଗାମୀ ୨୦ ତାରିଖରେ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ୍‌ ଚାଲିବ। ଯଦି ସରକାର ସବୁ ଜିଲ୍ଲାରେ ଏମିତି ବସ୍‌ ଚଲାଇବେ, ତାହାହେଲେ ଆମେ କରିବୁ କ’ଣ? ଆମେ ମରିବା ସଙ୍ଗେ ସମାନ ହୋଇଯିବ। ଏହାକୁ ନେଇ ଘରୋଇ ବସ୍‌ ମାଲିକ ଓ କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଲେଣିବୋଲି ଶ୍ରୀ ସାହୁ କହିଛନ୍ତି।

Bhubaneswar Bus Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe