ଆସନ୍ତାକାଲିଠୁ ସାରା ରାଜ୍ୟରେ ଘରୋଇ ବସ୍ ଧର୍ମଘଟ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ।
ଭୁବନେଶ୍ୱରରେ ସଂଘର ସାଧାରଣ ପରିଷଦ ବୈଠକରେ ଏ ନେଇ ଘୋଷଣା କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ଗତ ୧୦ ତାରିଖରେ ସରକାରଙ୍କ ସହ ହୋଇଥିବା ଆଲୋଚନା ଅନୁସାରେ ସରକାର ଆମ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି। ଲକ୍ଷ୍ମୀ ବସକୁ ବ୍ଲକ ସ୍ତରରେ ସୀମିତ ରଖି ଜିଲ୍ଲା
ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରିନଥିବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକସଂଘ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା ନେଇ ପରିବହନ ମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।