ପରିବହନ ମନ୍ତ୍ରୀ ଓ ଘରୋଇ ବସ୍ ମାଲିକ ସଂଘ ଆଲୋଚନା: ବସ୍ ଧର୍ମଘଟ ସ୍ଥଗିତ ଅଛି, ପ୍ରତ୍ୟାହାର ହୋଇନି

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଧର୍ମଘଟକୁ ଓହ୍ଲାଇବାକୁ ସଜବାଜ ହେଉଥିବା ଘରୋଇ ବସ୍ ମାଲିକ ସଂଘ ସହ ପୂର୍ବ ନିଷ୍ପତ୍ତି ଅନୁସାରେ ମନ୍ତ୍ରୀ ଶ୍ରୀମତୀ ସାହୁ ଆଜି ଆଲୋଚନା କରିଥିଲେ ।

Bus Stand PhotoOR

ବସ୍‌ଷ୍ଟାଣ୍ଡରେ ବସ୍‌ ଗୁଡ଼ିକ ଛିଡ଼ା ହୋଇଛି

Ordigital Desk
  • Published: Thursday, 26 October 2023
  • Updated: 26 October 2023, 10:58 PM IST

Sports

Latest News

 ରାଜ୍ୟରେ ଘରୋଇ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର ହୋଇନି । ଆଜି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତାଙ୍କ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ମଧ୍ୟରେ ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି । ତେବେ ଶ୍ରୀମତୀ ସାହୁ ଆଜିର ଆଲୋଚନା ସଫଳ ହୋଇଛି ବୋଲି କହିଛନ୍ତି ।

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଧର୍ମଘଟକୁ ଓହ୍ଲାଇବାକୁ ସଜବାଜ ହେଉଥିବା ଘରୋଇ ବସ୍ ମାଲିକ ସଂଘ ସହ ପୂର୍ବ ନିଷ୍ପତ୍ତି ଅନୁସାରେ ମନ୍ତ୍ରୀ ଶ୍ରୀମତୀ ସାହୁ ଆଜି ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ବସ୍ ମାଲିକ ସଂଘ ସହ ଆଲୋଚନା ଫଳପ୍ରଦ ହୋଇଛି । ବସ୍ ଧର୍ମଘଟ ହେବନି । ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବ ।  ବସ୍ ମାଲିକ ସଂଘକୁ ଅକ୍ଟୋବର ୩୦ସୁଦ୍ଧା ନିଜର ଦାବି ଲିଖିତ ଭାବେ ଦେବାକୁ କୁହାଯାଇଛି । ବିଭାଗୀୟ କମିଟି ଏହାର ତର୍ଜମା କରିବ । ଯେଉଁଠି ଗମନାଗମନ ସୁବିଧା ନାହିଁ, ସେଠି ଲକ୍ଷ୍ମୀ ବସ୍ ଚାଲିଲେ କିଛି ଅସୁବିଧା ନାହିଁ । ପ୍ରତି ପଂଚାୟତରୁ ବ୍ଲକକୁ ଲକ୍ଷ୍ମୀ ବସ୍ ଚାଲିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ବୈଠକ ଫଳପ୍ରଦ ହୋଇନି କିମ୍ବା ବିଫଳ ହୋଇନି । ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଛି । ଏହା ପ୍ରତ୍ୟାହାର କରାଯାଇନି । ଅକ୍ଟୋବର ୩୦ତାରିଖରେ ଘରୋଇ ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ । ଗ୍ରାମାଂଚଳରେ ମୋ ବସ୍ ସେବା ନଚଳାଇବାକୁ ଆମେ ସରକାରଙ୍କୁ ଅନୁରୋଧ କରିଛୁ ।

Also Read

ସୂଚନାଯୋଗ୍ୟ, ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅକ୍ଟୋବର ୨୦ରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟକୁ ଓହ୍ଲାଇଥିଲା । ମାତ୍ର ସରକାର ଆଲୋଚନା ପାଇଁ ଡାକିବା ସହ ଦାବି ସମାଧାନ ଦିଗରେ ପ୍ରୟାସ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ଯାହାଫଳରେ ଗୋଟିଏ ଦିନ ପରେ ବସ୍ ଧର୍ମଘଟକୁ ବସ୍ ମାଲିକ ସଂଘ ସ୍ଥଗିତ ରଖିଥିଲେ ।

ତେବେ ଆଜି ପରିବହନ ମନ୍ତ୍ରୀଙ୍କ ସହ ବୈଠକରେ ରାଜ୍ୟ ବସ୍ ମାଲିକ ସଂଘର ବିରୋଧ ଯୋଗୁ ବାଲେଶ୍ୱର ବସ୍ ମାଲିକ ସଂଘ ଆଲୋଚନାରେ ସାମିଲ ହୋଇପାରିନଥିଲା । ବାଲେଶ୍ୱର ବସ୍ ମାଲିକ ସଂଘ ସଭାପତି ବାଦଲ ଦାସ କହିଛନ୍ତି ଯେ, ଲକ୍ଷ୍ମୀ ବସ୍ ଯୋଜନାକୁ ବାଲେଶ୍ୱର ମାଲିକ ସଂଘ ସମର୍ଥନ କରୁଛି । ଲୋକଙ୍କ ସ୍ୱାର୍ଥକୁ ବିରୋଧ କରୁଥିବା ରାଜ୍ୟ ବସ୍ ମାଲିକ ସଂଘକୁ ସମର୍ଥନ ଦେବୁନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story