Advertisment

୩୧ ପର୍ଯ୍ୟନ୍ତ ସ୍ଥଗିତ ରହିଲା ବସ୍ ଧର୍ମଘଟ

ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ସରକାରୀ ବାସଭବନରେ ଆଜି ସନ୍ଧ୍ୟାରେ ପରିବହନ କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଘରୋଇ ବସ୍ ମାଲିକ ସଂଘର ପ୍ରତିନିଧିମାନଙ୍କ ସହ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା ।

Bus Stand

Bus Stand

Advertisment

ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆଜିଠୁ ଆରମ୍ଭ ହୋଇଥିବା ବସ୍ ଧର୍ମଘଟକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ରହିଲା ବୋଲି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟାରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ହୋଇଥିଲା ।

Advertisment

ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ସରକାରୀ ବାସଭବନରେ ଆଜି ସନ୍ଧ୍ୟାରେ ପରିବହନ କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଘରୋଇ ବସ୍ ମାଲିକ ସଂଘର ପ୍ରତିନିଧିମାନଙ୍କ ସହ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା ।  ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା ସଫଳ ହୋଇଛି । ସେମାନେ ସରକାରଙ୍କୁ ସହଯୋଗ କରିବେ । ୨୬ତାରିଖରେ ପୁଣିଥରେ ଉଚ୍ଚସ୍ତରୀୟ ବୈଠକରେ ସଂଘର ବିଭିନ୍ନ ଦାବି ଉପରେ ବିସ୍ତୃତ ଆଲୋଚନା କରାଯିବ । ଏବେ ଦଶହରା ପୂଜାବେଳେ ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଧର୍ମଘଟରୁ ଓହରିବା ପାଇଁ ଘରୋଇ ବସ୍ ମାଲିକ ସଂଘକୁ ସେ ଅନୁରୋଧ କରିଛନ୍ତି ।

ତେବେ ବୈଠକ ସମ୍ପର୍କରେ ସୂଚନା ଦେଇ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଥିଲେ ଯେ, ଆଲୋଚନା ସଫଳ ହୋଇନି । ତେବେ ଆମ ଆଂଚଳିକ ସଂଘଗୁଡ଼ିକ ସହ ଆଲୋଚନା କରିବା ପରେ ଯାହା କିଛି ନିଷ୍ପତ୍ତି ନେବୁ । ଏହାପରେ ଘରୋଇ ମାଲିକ ସଂଘର କୋର କମିଟି ବୈଠକ ବସି ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ଧର୍ମଘଟ ସ୍ଥଗିତ କରାଯାଇଛି । ଏ ସମ୍ପର୍କରେ ବସ୍ ମାଲିକ ସଂଘ ମଧ୍ୟ ଗଣମାଧ୍ୟମକୁ ଅବଗତ କରିଛି ।

Advertisment

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା ଓ ସରକାରଙ୍କ ଦ୍ୱାରା ‘ଲକ୍ଷ୍ମୀ’ ବସ୍ ପାଇଁ ହୋଇଥିବା ଭଡ଼ା ନିର୍ଦ୍ଧାରଣକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଆଜିଠୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଡାକରା ଦେଇଥିଲା । ପାର୍ବଣବେଳେ ଅଚାନକ ଏଭଳି ଧର୍ମଘଟ ଡାକରାକୁ ନାପସନ୍ଦ କରି ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାର ସଂଘ ଏଥିରେ ସାମିଲ ହୋଇନଥିବା ଜଣାପଡ଼ିଥିଲା । ଗତକାଲି ସକାଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହ ଘରୋଇ ବସ୍ ମାଲିକ ସଂଘ କର୍ମକର୍ତ୍ତାଙ୍କ ବୈଠକ ହୋଇଥିଲା । କିନ୍ତୁ ସଂଘ ନିଜ ଜିଦରେ ଅଟଳ ରହି ଆଜି ସକାଳ ୬ଟାରୁ ବସ୍ ଧର୍ମଘଟକୁ ଯାଇଥିଲେ । ବସ୍ ଧର୍ମଘଟ ଯୋଗୁ ରାଜ୍ୟରେ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ପୂଜା ସମୟରେ ଏଭଳି ଧର୍ମଘଟ ଯୋଗୁ ସାଧାରଣ ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବିଭିନ୍ନ ବସଷ୍ଟାଣ୍ଡରେ ଯାତ୍ରୀମାନେ ଅଟକି ରହିଥିବା ଜଣାପଡ଼ିଛି ।

Bus Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe