Advertisment

କୋରାପୁଟରେ ଗଡୁନି ଘରୋଇ ବସ୍, ଯାତ୍ରୀ ନାକେଦମ

ବସଷ୍ଟାଣ୍ଡରେ ଅନେକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ। ମାତ୍ର କୌଣସି ବସ୍‌ ନ ଆସିବାରୁ ଯାତ୍ରୀମାନେ ନିରାଶ ହୋଇ ଫେରି ଯାଇଥିଲେ।

passengers at bus stop

passengers at bus stop

Advertisment

କୋରାପୁଟରେ ଗଡୁନି ଘରୋଇ ବସ୍। ଘରୋଇ ବସ୍‌ ମାଲିକ ସଂଘ ଓ ଘରୋଇ ବସ କର୍ମଚାରୀ ସଂଘ ଭିତରେ ବିବାଦକୁ ନେଇ ଆଜି ବସ୍ ଚଳାଚଳ ବନ୍ଦ ରହିଛି।

Advertisment

ଆଜି ସକାଳୁ କୋରାପୁଟରୁ କୌଣସି ଘରୋଇ ବସ ଗଡ଼ୁନଥିବାରୁ ହଇରାଣ ହେଉଛନ୍ତି ଯାତ୍ରୀ। ବସଷ୍ଟାଣ୍ଡରେ ଅନେକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ। ମାତ୍ର କୌଣସି ବସ୍‌ ନ ଆସିବାରୁ ଯାତ୍ରୀମାନେ ନିରାଶ ହୋଇ ଫେରି ଯାଇଥିଲେ।

ଗତକାଲି ବସ୍ ଟାଇମିଂକୁ ନେଇ ଘରୋଇ ବସ୍‌ ମାଲିକ ସଂଘ ଓ ଘରୋଇ ବସ କର୍ମଚାରୀ ସଂଘ ମଧ୍ୟରେ ବଚସା ହୋଇଥିଲା। ଏହାର ପ୍ରତିବାଦରେ ଆଜି କୌଣସି କର୍ମଚାରୀ ଗାଡି ଚଳାଉନାହାନ୍ତି।

Advertisment

ଫଳରେ କୋରାପୁଟରୁ ପ୍ରାୟ ୪୦ଟି ରୁଟରେ ଘରୋଇ ବସ ଚଳାଚଳ ବନ୍ଦ ରହିଛି। ତେବେ ଏ ନେଇ ବସ୍ ମାଲିକ ସଂଘ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଗତକାଲି ଜଣଷ ବସ୍‌ କର୍ମଚାରୀ ୨ ମିନିଟ୍‌ ବିଳମ୍ବରେ ଲଗାଇବାରୁ ବସ୍‌ ମାଲିକ ତାଙ୍କୁ ପ୍ରବଳ ଗାଳିଗୁଲଜ କରିଥିଲେ। ଏପରିକି ସମସ୍ତଙ୍କ ସମ୍ମୁଖରେ ସେ ନିଜ କର୍ମଚାରୀଙ୍କୁ ପିଟିଲେ। ତେଣୁ ଆମେ ଏହି ଆନ୍ଦୋଳନକୁ ଓହ୍ଲାଇଛି ବୋଲି ଜଣେ ବସ୍‌ କର୍ମଚାରୀ କହିଛନ୍ତି।

Strike Koraput Bus Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe