Advertisment

ମାଲକାନଗିରିରେ ଗଡୁନି ଘରୋଇ ବସ୍; ଯାତ୍ରୀ ନାକେଦମ୍

ଜିଲ୍ଲାରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯିବା ଯୋଗୁ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

author-image
Tapaswini Nayak
Bus strike

Bus strike

ମାଲକାନଗିରି ଜିଲ୍ଲାରେ ଗଡୁନି ଘରୋଇ ବସ୍।  ଲକ୍ଷ୍ମୀ ବସ୍‌ ସେବାକୁ ବିରୋଧ କରି ଆଜିଠୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରହିଛି। ଜିଲ୍ଲାରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯିବା ଯୋଗୁ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବସଷ୍ଟାଣ୍ଡରେ ଅନେକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଛନ୍ତି। ମାତ୍ର କୌଣସି ବସ୍‌ ନ ଆସିବାରୁ ଯାତ୍ରୀମାନେ ନିରାଶ ହୋଇ ଫେରି ମଧ୍ୟ ଯାଉଛନ୍ତି।

Advertisment

ଜିଲ୍ଲାରେ ଚାଲୁଥିବା ଟାୟାର-2 ଲକ୍ଷ୍ମୀ ବସ ତଥା ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚଳାଚଳ କରୁଥିବା ଶୀତତାପ ନିୟନ୍ତ୍ରିତ ଲକ୍ଷ୍ମୀ ବସକୁ ବିରୋଧ କରିଛି ଜିଲ୍ଲା ଘରୋଇ ବସ ମାଲିକ ସଂଘ। ବସ୍ ଚାଲୁ ନଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ।

ଅଭିଯୋଗ ଅନୁସାରେ, ଟାୟାର-2 ଲକ୍ଷ୍ମୀ ବସ ଚଳାଚଳ ଯୋଗୁ ଘରୋଇ ବସରେ ଯାତ୍ରୀ ହେଉ ନାହାନ୍ତି। ଫଳରେ କ୍ଷତି ସହୁଛନ୍ତି ଘରୋଇ ବସ୍ ମାଲିକ। ଲକ୍ଷ୍ମୀ ଏସି ବସ୍ ସେବା ବନ୍ଦ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ। 

Advertisment
Malkangiri Bus Strike