ଓଡ଼ିଶାରେ ଅଧିକ ମାର୍ଗରେ ବିମାନ ଚଳାଚଳ ପାଇଁ ନୂଆ ନୀତିକୁ କ୍ୟାବିନେଟ୍ ମଞ୍ଜୁରୀ

ଏହି ନୀତି ଦ୍ୱାରା ବିମାନ ସଂସ୍ଥାଗୁଡ଼ିକ ନୂଆ ନିର୍ଦ୍ଧାରିତ ସେବା ଆରମ୍ଭ କରୁଥିବା ଯୋଗ୍ୟ ଗ୍ୟାପ୍ ଫଣ୍ଡି(ଭିଜିଏଫ) ପାଇବେ । ଏହାମଧ୍ୟରେ ଘରୋଇ ମାର୍ଗ ପାଇଁ ପ୍ରତି ରାଉଣ୍ଡ ଟ୍ରିପରେ ୫ଲକ୍ଷ ଟଙ୍କା ଓ ଆର୍ନ୍ତଜାତିକ ମାର୍ଗ ପାଇଁ ୧୦ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଛି ।

Representational Image

  • Published: Wednesday, 23 October 2024
  • , Updated: 23 October 2024, 10:14 PM IST

ଓଡ଼ିଶାରେ ଅଧିକ ମାର୍ଗରେ ବିମାନ ଚଳାଚଳ ପାଇଁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ରାଜ୍ୟ ସରକାର ଏକ ନୂଆ ନୀତି ଆଣିଛନ୍ତି । ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି। ଏହି ନୀତି କାର୍ଯ୍ୟକାରୀ ହେଲେ ରାଜ୍ୟରେ ବିମାନ ସଂଯୋଗୀକରଣରେ ବ୍ୟାପକ ଉନ୍ନତି ଆସିବା ସହ ପର୍ଯ୍ୟଟନ ଓ ଆର୍ଥିକ ଅଭିବୃଦ୍ଧି ମଧ୍ୟ ସମ୍ଭବପର ହେବ ।

ଏହି ନୂଆ ‘ଏୟାର କନେକ୍ଟିଭିଟି ପଲିସି’ ଦ୍ୱାରା ବିମାନ ସଂସ୍ଥାଗୁଡ଼ିକୁ ସୁଲଭ ଆର୍ଥିକ ସହାୟତା ଯୋଗାଇବ । ଯାହା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର(ଭୁବନେଶ୍ୱର) ସମେତ ଝାରସୁଗୁଡ଼ା,ଜୟପୁର, ରାଉରକେଲା ଓ ଉତକେଲା ଭଳି ବିମାନ ବନ୍ଦରରେ ନୂଆ ଘରୋଇ ଓ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ କରିବାକୁ ପ୍ରୋତ୍ସାହିତ କରିବ ।

ଏହି ନୀତି ଦ୍ୱାରା ବିମାନ ସଂସ୍ଥାଗୁଡ଼ିକ ନୂଆ ନିର୍ଦ୍ଧାରିତ ସେବା ଆରମ୍ଭ କରୁଥିବା ଯୋଗ୍ୟ ଗ୍ୟାପ୍ ଫଣ୍ଡି(ଭିଜିଏଫ) ପାଇବେ । ଏହାମଧ୍ୟରେ ଘରୋଇ ମାର୍ଗ ପାଇଁ ପ୍ରତି ରାଉଣ୍ଡ ଟ୍ରିପରେ ୫ଲକ୍ଷ ଟଙ୍କା ଓ ଆର୍ନ୍ତଜାତିକ ମାର୍ଗ ପାଇଁ ୧୦ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଛି । ଏହାସହିତ ୭୫୦କିମି ଅଧିକ ଦୂରତ୍ୱ ହେଲେ ଅତିରିକ୍ତ ପାଣ୍ଠିର ବ୍ୟବସ୍ଥା ରହିଛି । ଏହି ନୀତି ଦ୍ୱାରା ଓଡ଼ିଶାରେ ଅଧିକ ଅଂଚଳରେ ବିମାନ ଚଳାଚଳ ମାର୍ଗ ସୁନିଶ୍ଚିତି କରିହେବ ।

କେନ୍ଦ୍ର ସରକାରଙ୍କ ଜାତୀୟ ବେସାମରିକ ବିମାନ ଚଳାଚଳ ନୀତି-୨୦୧୬ ଓ ଉଡାଣ ଯୋଜନାର ଅନୁରୂପ ହୋଇଛି, ଯାହାକି ରାଜ୍ୟରେ ବିମାନ ସଂଯୋଗ ଓ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବ । ଏହି ନୀତି ଦ୍ୱାରା ରାଜ୍ୟରେ ବିଶେଷକରି ପଶ୍ଚିମଓଡ଼ିଶାରେ ବ୍ୟାପକ ଆର୍ଥିକ ଅଭିବୃଦ୍ଧି ହେବା ସହ ନିଯୁକ୍ତି, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ଭବପର ହୋଇପାରିବ ।

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଏହି ଯୋଜନାର କାର୍ଯ୍ୟକାରିତା ସହ ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବ ବୋଲି ଜଣାପଡ଼ିଛି ।

Related story