କ୍ୟାବିନେଟ୍ ନିଷ୍ପତ୍ତି: ବିଦ୍ୟୁତ୍ ଭିତ୍ତିଭୂମି ପାଇଁ ପୁଣି ୧୨୮୫କୋଟି, ଖରସ୍ରୋତାରେ ୯୭କୋଟିର ବ୍ରିଜ୍‌

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

State Chief Secretary Pradeep Kumar Jena PhotoOR

ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା

Ordigital Desk
  • Published: Monday, 10 July 2023
  • Updated: 10 July 2023, 09:41 PM IST

Sports

Latest News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ ପାଇଁ ପ୍ରାୟ ୫୬୪୦କୋଟି ଟଙ୍କା ଖର୍ଚ୍ଚ କରିଥିବା ରାଜ୍ୟ ସରକାର ଆଜି ପୁଣି ୧୨୮୪.୪୯କୋଟି ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଏହାସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ଖରସ୍ରୋତା ନଦୀରେ ୯୭.୨୪କୋଟି ଟଙ୍କା ବ୍ୟୟରେ ଏକ ସେତୁ ନିର୍ମାଣର ଟେଣ୍ଡର ପ୍ରକ୍ରିୟାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ,  ଦୁର୍ବଳ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ କରିବାକୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଂଟ ପ୍ରୋଗ୍ରାମ ଅନ୍ତର୍ଭୁକ୍ତ ଓଡିଏସଏସପି(ପଂଚମ ପର୍ଯ୍ୟାୟ)ରେ ୧୨୮୪.୪୯କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର)କୁ ମଞ୍ଜୁରୀ ମିଳିଛି । ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ ୭ଟି ନୂଆ ଗ୍ରୀଡ୍ ଷ୍ଟେସନ ସ୍ଥାପନ, ନୂଆ ୩୩ କେଭି ଓ ୧୧ କେଭି ଲାଇନ୍ ନିର୍ମାଣ ଓ ପୁରୁଣା ଲାଇନକୁ ସୁଦୃଢ଼ କରିବା, ସିଙ୍ଗଲ ଫେଜ୍ ଏଲଟି ନେଟୱାର୍କକୁ ଥ୍ରୀ ଫେଜକୁ ପରିବର୍ତ୍ତନ, ଗ୍ରାମାଂଚଳରେ ଲୋ-ଭୋଲଟେଜ୍ ସମସ୍ୟାର ସମାଧାନ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ ।

Also Read

ପୂର୍ବରୁ ଓଡିଏସଏସପି ଯୋଜନାର ପ୍ରଥମ ୩ଟି ପର୍ଯ୍ୟାୟରେ ମୋଟ ୩୮୪୩ କୋଟି ଟଙ୍କାରେ ୪୭୩ଟି ସବଷ୍ଟେସନ ଓ ଆନୁସଙ୍ଗିକ ଲାଇନ୍ ନିର୍ମାଣକୁ କ୍ୟାବିନେଟ୍ ଅନୁମୋଦନ କରିସାରିଥିବାବେଳେ ଚତୁର୍ଥ ପର୍ଯ୍ୟାୟରେ ଏହି ଯୋଜନାରେ ୧୭୯୭କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ । ଏବେ ଚତୁର୍ଥ ପର୍ଯ୍ୟା=ରେ ୯୯ଟି ସବଷ୍ଟେସନ ସ୍ଥାପନ ଓ ଆନୁସଙ୍ଗିକ ଲାଇନ୍ ସହ ୬୪ଟି ଇଣ୍ଡିପେଣ୍ଡେଣ୍ଟ ଲାଇନ୍ ନିର୍ମାଣ କାର୍ଯ୍ୟ ଚାଲିଛି ଅବା ସରିବା ଉପରେ ବୋଲି ଶ୍ରୀ ଜେନା କହିଛନ୍ତି ।

ସେହିପରି ଓଡ଼ିଶା ସରକାରଙ୍କ ଇପିସି ମୋଡ୍ କଣ୍ଟ୍ରାକ୍ଟ ମାଧ୍ୟମରେ ଖରସ୍ରୋତା ନଦୀରେ କେନ୍ଦ୍ରାପଡ଼ା ଜିଲ୍ଲାର ନୂଆବଜାର-ବାଲିତରା ଘାଟ ରାସ୍ତାରେ ଏକ ଉଚ୍ଚ ସେତୁ ନିର୍ମାଣ କରିବା ସଂକ୍ରାନ୍ତ ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ସେତୁ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକକୁ ସଂଯୋଗ କରିବା ସହିତ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକକୁ ମଧ୍ୟ ସବୁଦିନିଆ ସଂଯୋଗ କରିପାରିବ । ଏହି ପ୍ରକଳ୍ପ ଉକ୍ତ ଅଂଚଳରେ ରହୁଥିବା ବାସିନ୍ଦାଙ୍କୁ ସିଧାସଳଖ ସଂଯୋଗ ଯୋଗାଇବା ସହ ଅର୍ଥନୀତିକ ବିକାଶରେ ସହାୟକ ହୋଇପାରିବ । ଏହି ସେତୁ ନିର୍ମାଣ ପାଇଁ ବିଇକେଇଏମ୍ ଇନଫ୍ରା ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡଙ୍କର ସର୍ବନିମ୍ନ ଟେଣ୍ଡର ୯୭.୨୪କୋଟି ଟଙ୍କାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ସେତୁ ନିର୍ମାଣ କାର୍ଯ୍ୟ ୩୦ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ୪ଟି ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ବିନା ପ୍ରିମିୟମ ଓ ଆଇସିରେ ଲିଜ୍ ସୂତ୍ରରେ ବଲାଙ୍ଗିର (ଗ)  ମୌଜାରେ ୮.୬୯୩ ଡିସିମିଲ୍ ସରକାରୀ ଜମି ପ୍ରଦାନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଏହି ଲିଜ୍ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାର୍ଷିକ ରାଜସ୍ୱ ଓ ସେସ୍ ବାବଦରେ ମାତ୍ର ଏକ ଟଙ୍କା ଦେବାକୁ ପଡ଼ିବ ।

ସେହିପରି ଲିଜ୍ ଜମିର ଅବ୍ୟବହୃତ ଅଂଶର ଉତ୍ତମ ବ୍ୟବହାର ଦ୍ୱାରା ରାଜ୍ୟରେ ଶିଳ୍ପର ବିକାଶ ନିମନ୍ତେ ଇଡକୋ ଦ୍ୱାରା ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଥିବା ଉଦ୍ୟୋଗୀ/ଲିଜଧାରୀମାନଙ୍କୁ ପ୍ରଦତ୍ତ ଜମିର ପ୍ରତ୍ୟାର୍ପଣ/ସଂଶୋଧନ ଓ ପୁନର୍ବାର ଉକ୍ତ ଉଦ୍ୟୋଗ ନାମରେ ସେହି ଜମିର କିଛି ଅଂଶ ପୁନଃ ଲିଜ୍ ଦଲିଲର ନିବନ୍ଧନ ନିମନ୍ତେ ଆବଶ୍ୟକୀୟ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଫି’କୁ ଛାଡ଼ ପାଇଁ ଆଜି କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।

କୋରାପୁଟ ଜିଲ୍ଲାର ମାଛକୁଣ୍ଡ ତହସିଲ ଅନ୍ତର୍ଗତ ବ୍ରାହ୍ମଣୀପୁଟ ମୌଜାରେ ଲମତାପୁଟ ଡିଗ୍ରୀ କଲେଜକୁ ୫ଏକର ସରକାରୀ ଜମି ବିନା ପ୍ରିମିୟମ ଓ ବିନା ଇସିରେ ଲିଜ୍ ସୂତ୍ରରେ ପ୍ରଦାନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ଉଦଳା ତହସିଲର କଇଁସାରି ମୌଜାରେ କାଲୋ ଜଳସେଚନ କେନାଲର ଜଳ ମାଡ଼ୁନଥିବା ଚାଷ ଜମିରୁ ଏକକାଳୀନ ୪.୩୭ଲକ୍ଷ ଟଙ୍କା ଓ ଆଗକୁ ପ୍ରତିବର୍ଷ ଆଦାୟ ହେବାକୁ ଥିବା ୩୬୧୦୩ଟଙ୍କାର ଜଳକର ଛାଡ଼ ହେବ । ଉକ୍ତ ଚାଷ ଜମିଗୁଡ଼ିକୁ କେନାଲର ଆୟକଟ ଅଚଂଳରୁ ବାଦ୍ ଦିଆଯିବା ପାଇଁ ମଧ୍ୟ ଆଜି କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story