Cabinet Meeting
ରାଜ୍ୟରେ ବିଜେପି ସରକାର ନିଜର ୨୫ଟି କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ୧୪୯ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ସଂକଳନ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ସଂକଳନକୁ ରିଲିଜ୍ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଲୋକସେବା ଭବନରେ ଆୟୋଜିତ ୨୬ତମ କ୍ୟାବିନେଟ୍ ବୈଠକରେ ପୂର୍ବର ୨୫ଟି କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ମୁଖ୍ୟ ନିଷ୍ପତ୍ତିଗୁଡ଼ିକର ଏକ ସଂକଳନ ପ୍ରକାଶ କରିଛନ୍ତି । ଏହି ସଂକଳନରେ ୩୪ଟି ବିଭାଗର ୧୪୯ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିବରଣୀ ସାମିଲ ରହିଛି । ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକର ମୁଖ୍ୟ ନିଷ୍ପତ୍ତିଗୁଡ଼ିକ ରହିଛି । ଏହି ପଦକ୍ଷେପ ଓଡ଼ିଶା ସରକାରଙ୍କ ପାରଦର୍ଶୀ ଶାସନର ଏକ ଉଦାହରଣ ଭାବେ ଦେଖାଯାଉଛି । ଜନସାଧାରଣଙ୍କୁ ଏହି ସଂକଳନ ଶୀଘ୍ର ଉପଲବ୍ଧ କରାଯିବାରୁ ଅପେକ୍ଷା ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1757517511.jpg)