Advertisment

କୋଭିଡ୍ ପରିଚାଳାନାରେ ବ୍ୟାପକ ଅନିୟମିତତା, ସିଏଜି ରିପୋର୍ଟରେ ଧରାପଡ଼ିଲା

ମୋଟ ୧୪୪ କୋଟି ୮୮ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି। ବିନା ବିଲ୍ ଯାଞ୍ଚରେ ୮ଟି ଘରୋଇ କୋଭିଡ୍ ହସ୍ପିଟାଲଗୁଡିକର ବିଲ୍ ପାସ୍ କରିଥିଲେ ତତ୍କାଳୀନ ବିଜେଡି ସରକାର।

Representational Image

Representational Image

Advertisment

ଘୋଟାଲା, ପୁଣି ମହାମାରୀ ନାଁରେ। କୋଭିଡ୍ ପରିଚାଳାନାରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି। ବିଲ୍ ଯାଞ୍ଚ ନକରି କୋଭିଡ୍ ପରିଚାଳନା ଲାଗି ଘରୋଇ ହସ୍ପିଟାଲକୁ ଦିଆଯାଇଛି କୋଟି କୋଟି ଟଙ୍କା। ଖୋର୍ଦ୍ଧା ଓ କଟକ ଜିଲ୍ଲାର ୮ଟି ଘରୋଇ କୋଭିଡ୍ ହସ୍ପିଟାଲ୍ ବିଲରେ ଏହି ଅନିୟମିତତା ହୋଇଥିବା ଗତକାଲି ପ୍ରକାଶିତ ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି।

Advertisment

ଭୁବନେଶ୍ବରର ସମ୍ ହସ୍ପିଟାଲ୍, ହାଇଟେକ୍, ବ୍ଲୁ ହ୍ୱିଲ୍, କିଡସ୍ ହସ୍ପିଟାଲ୍, ସଞ୍ଜିବନୀ, ଆଦିତ୍ୟ ଅଶ୍ୱିନୀ ଏବଂ ସ୍ପର୍ଶ ହସ୍ପିଟାଲ୍ ସହ କଟକର ସନ୍ ହସ୍ପିଟାଲର କୋଭିଡ୍ ପରିଚାଳନା ବିଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି। ମୋଟ ୧୪୪ କୋଟି ୮୮ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ବିନା ବିଲ୍ ଯାଞ୍ଚରେ ଏସବୁ କୋଭିଡ୍ ହସ୍ପିଟାଲଗୁଡିକର ବିଲ୍ ପାସ୍ କରିଥିଲେ ତତ୍କାଳୀନ ବିଜେଡି ସରକାର। ତେବେ ଏନେଇ ସଂପୃକ୍ତ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

କୋଭିଡ୍ ହସ୍ପିଟାଲ୍ ବିଲ୍ ପୈଠ ଅନିୟମିତତାକୁ ନେଇ ସିଏଜି ରିପୋର୍ଟ ଆସିବା ପରେ ବିଜେଡି ସରକାରର ଘରୋଇ ହସ୍ପିଟାଲ ପ୍ରତି ଅହେତୁକ ଅନୁକମ୍ପା ପଦାରେ ପଡିଛି। ତେବେ କାହିଁକି ଏସବୁ ଘରୋଇ ହସ୍ପିଟାଲର କୋଭିଡ ପରିଚାଳନା ବିଲ୍ ଯାଞ୍ଚ ନକରି ପାସ୍ କରାଗଲା? ଏହା ପଛରେ କି ଉଦ୍ଦେଶ୍ୟ ଥିଲା? ତାକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିବାବେଳେ ଦୋଷୀଙ୍କ ବିରୋଧରେ ମୋହନ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଦଳ କହିଛି। ସେପଟେ ବିଜେଡି କହିଛି କୋଭିଡ୍ ପରିଚାଳନାରେ ଆମେ ଆଗରେ ଥିଲୁ। ଏହା ତଥ୍ୟ ଆଧାରିତ ନୁହେଁ। ଏବେ ଦେଖିବାର କଥା ଦୁର୍ନୀତି ପାଇଁ ଶୂନ୍ୟ ସହନଶୀଳତା ନୀତି ଆପଣାଇଥିବା ମୋହନ ସରକାର ତତ୍କାଳୀନ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।

Advertisment
Covid Management Covid Hospital CAG Report On Covid Management Irregularities In Covid Management CAG Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe