Advertisment

ଓଡ଼ିଆ ପ୍ରଫେସରଙ୍କ ପ୍ରବାସୀ ଭାରତୀୟ କାର୍ଡ ରେଜିଷ୍ଟ୍ରସନ୍ ରଦ୍ଦ

ସ୍ୱିଡେନରେ ଅବସ୍ଥାପିତ ଓଡ଼ିଆ ପ୍ରଫେସର ଅଶୋକ ସ୍ୱାଇଁଙ୍କ ପ୍ରବାସୀ ଭାରତୀୟ କାର୍ଡ ରେଜିଷ୍ଟ୍ରସନ୍ ରଦ୍ଦ ହୋଇ ଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଅବଗତ କରାଯାଇଛି।

Odia Professor

Odia Professor

Advertisment

ସ୍ୱିଡେନରେ ଅବସ୍ଥାପିତ ଓଡ଼ିଆ ପ୍ରଫେସର ଅଶୋକ ସ୍ୱାଇଁଙ୍କ ପ୍ରବାସୀ ଭାରତୀୟ କାର୍ଡ ରେଜିଷ୍ଟ୍ରସନ୍ ରଦ୍ଦ ହୋଇ ଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଅବଗତ କରାଯାଇଛି। ଏ ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ଅଶୋକ ସ୍ୱାଇଁଙ୍କ କାର୍ଯ୍ୟକଳାପ ଦେଶର ସାର୍ବଭୌମତ୍ୱ, ଏକତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଜଣାଇ ଦିଆଯାଇଛି।

ଅଶୋକ ସ୍ୱାଇଁଙ୍କ କାର୍ଯ୍ୟକଳାପ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁରକ୍ଷା ଏଜେନ୍ସି ଓ ବୈଦେଶିକ ମନ୍ତ୍ରାଳୟକୁ ରିପୋର୍ଟ ମଗାଯାଇଥିଲା। ଏଥିରେ ଅଶୋକ ସ୍ୱାଇଁ ଉତ୍ତେଜକ ଭାଷଣ ସହ ଦେଶ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଜଣାପଡିଥିଲା। ସେ ଜାଣିଶୁଣି ଦେଶର ଛବିକୁ ଆନ୍ତର୍ଜାତିକ କ୍ଷେତ୍ରରେ ମଳିନ କରୁଥିବା ରିପୋର୍ଟ ମିଳିଥିଲା।

Advertisment

୨୦୨୩ ଜୁଲାଇ ୩୦ରେ ସ୍ୱିଡେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଅଶୋକ ସ୍ୱାଇଁଙ୍କ ପ୍ରବାସୀ ଭାରତୀୟ କାର୍ଡ ରଦ୍ଦ କରାଯାଇଥିଲା। ଏହାକୁ ଚ୍ୟାଲେଂଜ କରି ଅଶୋକ ସ୍ୱାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। 

High Court Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe