Advertisment

ଜଙ୍ଗଲରେ ଦନ୍ତାର ମୃତଦେହ ଠାବ

ହାତୀଟିର ବୟସ ୫ରୁ ୬ ବର୍ଷ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

author-image
Jitendra Garnayak
Elephant

Elephant

କଟକ ଜିଲ୍ଲା ଆଠଗଡ଼ ବନାଞ୍ଚଳ ଜେନାପଦା ବିଟ୍‌ ଅନ୍ତର୍ଗତ ସୋରିଶପାଳ ସଂରକ୍ଷିତ ଜଙ୍ଗଲ ନିକଟରେ ଆଜି ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ବୟସ ୫ରୁ ୬ ବର୍ଷ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଆଠଗଡ଼ ବନବିଭାଗ ଅଧିକାରୀଙ୍କ ସହିତ ପ୍ରାଣୀ ଚିକିତ୍ସିକ ପହଞ୍ଚି ଯାଞ୍ଚ କରିଛନ୍ତି। ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

Advertisment

ଆଠଗଡ଼ ଡିଏଫଓ ଯଜ୍ଞଦତ୍ତ ପତି କହିଛନ୍ତି, ହାତୀର ମୃତଦେହ ଦେଖିଲେ ଜଣାପଡ଼ୁଛି ଯେ ତା’ର ମୃତ୍ୟୁକୁ ଅଧିକ ସମୟ ହୋଇନାହିଁ। ହାତୀର ଦାନ୍ତ ଦୁଇଟି ଅଛି। ତା’ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ସେହିପରି ବିଦ୍ୟୁତ୍ ଆଘାତ ଜନିତ କ୍ଷତ ମଧ୍ୟ ତା’ ଦେହରେ ନାହିଁ। ହାତୀ ଯେଉଁ ସ୍ଥାନରେ ମରିଛି, ତା’ର ୧୦୦ ମିଟର ଅଞ୍ଚଳକୁ ଆମେ ସ୍କାନ କରିଛୁ। ଆଖପାଖରେ କେଉଁଠି ବିଦ୍ୟୁତ୍ ତାର ଯାଇନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହାତୀର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। କୌଣସି ରୋଗରୁ ତା’ର ମୃତ୍ୟୁ ହୋଇଛି ନା ନାଚୁରାଲ ଡେଥ୍ ହୋଇଛି, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିବ।

ସୂଚନାଯୋଗ୍ୟ, ଗତକାଲି ବଡ଼ମ୍ବା ରେଞ୍ଜରେ ତିନିଟି ହାତୀ ଏକ ନାଳରେ ଫସି ଯାଇଥିଲେ। ବନବିଭାଗ ପକ୍ଷରୁ ବହୁ ଉଦ୍ୟମ ପରେ ତିନିଟି ଯାକ ହାତୀଙ୍କୁ ଉଦ୍ଧାର କରାଯାଇଥିଲା।

Advertisment
Elephant Death