ରାଜସ୍ୱ ପରିଷଦରେ ଦୀର୍ଘ ବର୍ଷ ଧରି ପଡି ରହିଥିବା ମାମଲା ଗୁଡିକର ହେବ ତ୍ୱରିତ ଫଇସଲା। ରିଭିଜନାଲ୍ କୋର୍ଟରେ ତ୍ୱରିତ ଜମିଜମା ରେକର୍ଡ, ପଟ୍ଟା, ନକ୍ସାରେ ସଂଶୋଧନ ସମ୍ପର୍କିତ ମାମଲାର ହେବ ଫୈସଲା। ଏଥିପାଇଁ ପ୍ରତି ସପ୍ତାହରେ ଅତିକମରେ ତିନି ଦିନ ବସିବ କୋର୍ଟ। ନିଯୁକ୍ତ ହେବେ ଆବଶ୍ୟକ ସଂଖ୍ୟକ ଲ’ ଅଫିସର। ରାଜସ୍ୱ ପର୍ଷଦ ସଦସ୍ୟ ସି.ଜେ. ଭେଣୁଗୋପାଳ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଦେଓରଞ୍ଜନ ସିଂଙ୍କ ପକ୍ଷରୁ ହାଇକୋର୍ଟର ଦାଖଲ ସତ୍ୟପାଠରେ ଏହା କୁହାଯାଇଛି।
Also Read
ବର୍ତ୍ତମାନ ସୁଦ୍ଧା ରାଜସ୍ୱ ପରିଷଦ ଅଧୀନରେ ୧ ଲକ୍ଷ ୩୧ ହଜାର ମାମଲା ବିଚାରାଧୀନ ରହିଛି। ବିଚାରାଧୀନ ପୁରୁଣା ମାମଲାର ହ୍ରାସ ଲାଗି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ନିର୍ଦ୍ଦେଶକ ଏଲ୍.ଆର୍.ଏସ୍ ପ୍ରମୁଖଙ୍କ ନିୟମିତ ରିଭ୍ୟୁ ମିଟିଂ କରିଛନ୍ତି। ପ୍ରତିଦିନ ୫୦ଟି ପୁରୁଣା ମାମଲାର ଶୁଣାଣି କରିବା ନେଇ ପ୍ରିଜାଇଡିଂ ଅଫିସର ଓ କୋର୍ଟ ଅଫିସର ସୁନିଶ୍ଚିତ କରିବେ ବୋଲି ସତ୍ୟପାଠରେ କୁହାଯାଇଛି। ରାଜସ୍ୱ ପରିଷଦରେ ପଡି ରହିଥିବା ମାମଲା ଗୁଡିକର ତ୍ୱରିତ ଫଇସଲା ପାଇଁ ଦାୟର ଏକ ମାମଲାର ଶୁଣାଣିରେ ସରକାରଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଜିଠୁ ରତ୍ନଭଣ୍ଡାର ମରାମତି; ପ୍ରଭାବିତ ହେବନି ଶ୍ରୀଜୀଉଙ୍କ ନୀତିକାନ୍ତି
ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ହେବ ମରାମତି କାମ।
Miscellaneous
ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ
ବଡ଼କଥା ହେଉଛି ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ। ଶ୍ରମିକ ଓ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯିବ। ବିନା ପରିଚୟପତ୍ରରେ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ।
Miscellaneous
‘ବାଲିମେଳା ଜଳଭଣ୍ଡାରରେ ସୌର ଶକ୍ତିରୁ ଉତ୍ପନ୍ନ ହେବ ବିଦ୍ୟୁତ’
ବୈଠକ ପରେ ଶ୍ରୀ ସିଂଦେଓ କହିଛନ୍ତି, ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପର ନବୀକରଣ କରାଯିବ। ଏଠାରୁ ଆହୁରି ଅଧିକ ୬୦୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କରାଯିବ। ଏଥିପାଇଁ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତି ଲାଗିବ।
Miscellaneous
ଶ୍ରୀମନ୍ଦିରରେ ପିଟାପିଟି ଲାଗିଲେ ଦୁଇ ସେବାୟତ ଗୋଷ୍ଠୀ
ଆଜି ଅପରାହ୍ନରେ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟସ୍ଥ ମୁକ୍ତିମଣ୍ଡପ ପାଖରେ ସେବାୟତ ବିଶ୍ୱନାଥ ଖୁଣ୍ଟିଆ ଶ୍ରଦ୍ଧାଳୁଙ୍କୁ ପାଦୁକା ବାଣ୍ଟୁଥିଲେ। ଠିକ୍ ସେତିକି ବେଳେ ନିଜ ସମ୍ପର୍କୀୟ ସେବାୟତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ଶ୍ରୀ ଖୁଣ୍ଟିଆ ଲହୁ ଲୁହାଣ ହୋଇଥିଲେ।
Miscellaneous
ଲାଗିଛି ଡୋରି ଯିବି ମୁଁ ପୁରୀ... ପାଦରେ ଚାରି ଧାମ୍ ଯାତ୍ରାରେ ୟୁପି ଯୁବକ
ଅଯୋଧ୍ୟାରୁ କାଶି ବିଶ୍ୱନାଥ ଯାଇଥିଲେ ମିଥିଲେଶ। ବାବାଙ୍କୁ ଦର୍ଶନ କରିବା ପରେ ସେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୫୩ ଦିନ ହେଲା ପାଦରେ ଚାଲୁଛନ୍ତି। ପିଠିରେ ଝୁଲୁଥିବା ବ୍ୟାଗରେ ତ୍ରିରଙ୍ଗା ଓ ସନାତନ ପତାକୁ ଉଡାଇ ଚାଲିଛନ୍ତି।