Advertisment

ଭରତପୁର ଥାନାରେ ଲାଗିଲା ସିସିଟିଭି

ଭରତପୁର ଆଦର୍ଶ ଥାନା ହୋଇଥିବା ବେଳେ କିପରି ସେଠାରେ ସିସିଟିଭି ଲାଗି ନାହିଁ ,ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Bharatpur police station

Bharatpur police station

ଭରତପୁର ଥାନାରେ ଆଜି ଲାଗିଛି ସିସିଟିଭି। କଏଦ ହେବ ଥାନା ଭିତରେ ଘଟୁଥିବା ସବୁ ଦୃଶ୍ୟ। ଲୋକମାନେ ଥାନାକୁ ଅଭିଯୋଗ ପାଇଁ ଆସିଲେ ପୁଲିସ ସେମାନଙ୍କ ଅଭିଯୋଗ ଶୁଣୁଛି କି ନାହିଁ, ଥାନାରେ ଲୋକମାନେ ନିର୍ଯାତନାର ଶିକାର ହେଉଛି କି ନାହିଁ ସବୁ ସତ ଜଣାପଡ଼ିବ। 

Advertisment

ଭରତପୁର ଥାନାରେ ୨୫ଟି ସିସିଟିଭି ଲାଗିବାକୁ ବ୍ୟବସ୍ଥା ଥିବାବେଳେ ଆଜି ୧୬ଟି ଇନଷ୍ଟଲ୍ ହୋଇଛି।  ଥାନାରେ ଭିତରେ ଓ ବାହାରେ ଏହି ସିସିଟିଭି ଲାଗିଛି।  ଖୁବ୍ ଶୀଘ୍ର ବାକି ସମସ୍ତ ସିସିଟିଭି ଲାଗିବ ବୋଲି ଜଣାପଡ଼ିଛି।

ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଚର୍ଚ୍ଚାର ପରିସରକୁ ଆସିଥିଲା ଭରତପୁର ଥାନା। ଏହି ମାମଲା  ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ସେତେବେଳେ ସିସିଟିଭି ଥାନାରେ ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ଭରତପୁର ଆଦର୍ଶ  ଥାନା ହୋଇଥିବା ବେଳେ କିପରି ସେଠାରେ ସିସିଟିଭି ଲାଗି ନାହିଁ ,ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। 

Advertisment

ଗତକାଲି ହାଇକୋର୍ଟ ଭରତପୁର ମାମଲାର ଶୁଣାଣି କରିବା ସମୟରେ ରାଜ୍ୟର କେଉଁ ଥାନାରେ ସିସିଟିଭି ଲାଗିଛି ଓ କେଉଁ ଥାନାରେ ସିସିଟିଭି ଲାଗିନାହିଁ ସମସ୍ତ ସ୍ଥିତି ଜଣାଇବାକୁ ଏଡିଜି ଆଧୁନିକୀକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି ଭରତପୁର ଥାନାରେ ସିସିଟିଭି ଲାଗିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ୧୫ ତାରିଖ ରାତିରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତ ଥାନାରେ ପୁଲିସ ମାଡ଼ ମାରିବା ସହ  ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଇଆଇସି ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି। 

CCTV Footage Bharatpur Police Station