Advertisment

ଆଳୁ ଗାଡ଼ି ଜଗିବାକୁ ସିସିଟିଭି ଲଗାଇଲେ ପଶ୍ଚିମବଙ୍ଗ ସରକାର

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନୀଳଦା ଗାଁରେ ବିଦ୍ୟୁତ୍ ଖୁଣ୍ଟରେ ସିସିଟିଭି ଲଗାଇଛି ପଶ୍ଚିମବଙ୍ଗ ପୁଲିସ।

author-image
Jitendra Garnayak
ଅଦ୍ୟତନ ହୋଇଛି
CCTV

CCTV

ଓଡ଼ିଶାକୁ ଆଳୁ ବୋଝେଇ ଟ୍ରକ୍ ଛାଡ଼ୁ ନାହାନ୍ତି ପଶ୍ଚିମବଙ୍ଗ ସରକାର। ହେଲେ ଗଳା ବାଟରେ ଓଡ଼ିଶାକୁ ଆଳୁ ଆସୁଥିବା ଖବର ପାଇବା ପରେ ଏହା ଉପରେ ନଜର ରଖିବାକୁ ସିସିଟିଭି ଲଗାଉଛନ୍ତି ପଶ୍ଚିମବଙ୍ଗ ସରକାର।

Advertisment

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନୀଳଦା ଗାଁରେ ବିଦ୍ୟୁତ୍ ଖୁଣ୍ଟରେ ସିସିଟିଭି ଲଗାଇଛି ପଶ୍ଚିମବଙ୍ଗ ପୁଲିସ। 

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ରେ଼ ଓଡ଼ିଶାକୁ ପଶ୍ଚିମବଙ୍ଗ ପୁଲିସ୍ ଆଳୁ ଗାଡ଼ି ଛାଡ଼ୁନି। କିନ୍ତୁ କିଛି ଛୋଟ ଗାଡ଼ିରେ ଆଳୁ
ବିଭିନ୍ନ ବାଟ ଦେଇ ଓଡ଼ିଶାକୁ ପଶୁଛି। ତେଣୁ ଏହି ସବୁ ଗଳା ବାଟରେ ଏବେ ସିସିଟିଭି ଲଗାଇ ନଜର ରଖିବାକୁ ସିସିଟିଭି ଲଗାଇବା ବ୍ୟବସ୍ଥା କରିଛି ପଶ୍ଚିମବଙ୍ଗ ପୁଲିସ।

Advertisment

ଅପରପକ୍ଷେ, ଓଡ଼ିଶାର ବିଭିନ୍ନ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ ଆଳୁ। ପଶ୍ଚିମବଙ୍ଗରୁ ୨୭୦ଟି ଆଳୁ ଗାଡ଼ି ଆସିଥିବା ବେଳେ ଉତ୍ତରପ୍ରଦେଶରୁ ୩୦ ଟ୍ରକ୍‌ ଆଳୁ ଆସିଛି। ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଏବେ ମଧ୍ୟ ରାଜ୍ୟ ସୀମାରେ ପଶ୍ଚିମବଙ୍ଗ ପୁଲିସ ଆଳୁ ଗାଡ଼ିକୁ ଓଡ଼ିଶାକୁ ପଶିବାକୁ ଅନୁମତି ଦେଉନି। ଏଣୁ ବାଧ୍ୟହୋଇ ପାଇକାରୀ ବ୍ୟବସାୟୀ ଅଧିକ ଗାଡ଼ି ଭଡ଼ା ଦେଇ ଝାଡ଼ଖଣ୍ଡ ରାସ୍ତାରେ ରାଜ୍ୟକୁ ଆଳୁ ବୋଝେଇ ଟ୍ରକ୍ ଆଣୁଛନ୍ତି।

CCTV