Advertisment

ଉଚ୍ଚସ୍ତରୀୟ କମିଟି ରିପୋର୍ଟକୁ ଅପେକ୍ଷା କରିଛି କେନ୍ଦ୍ର

ରାଜ୍ୟ ସରକାର ଗଢ଼ିଥିବା ଉଚ୍ଚ-ସ୍ତରୀୟ ତଦନ୍ତ କମିଟିର ରିପୋର୍ଟ ଆଧାରରେ କିଟ୍ ବିରୋଧରେ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋକସଭାରେ ଏପ୍ରିଲ 4 ତାରିଖରେ ଲିଖିତ ଉତ୍ତର ଦେଇଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ।

undefined

KIIT

Advertisment

କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଲ୍‌ ଆତ୍ମହତ୍ୟା ଘଟଣାକୁ ଦୁଇ ମାସ ହେବାକୁ ଯାଉଛି। ମାତ୍ର ଏପର୍ଯ୍ୟନ୍ତ ଏହି ଘଟଣାର ତଦନ୍ତ କରୁଥିବା ଉଚ୍ଚ-ସ୍ତରୀୟ ତଦନ୍ତ କମିଟିର ରିପୋର୍ଟ ସାର୍ବଜନୀନ ହୋଇପାରିଲା ନାହିଁ। ତେବେ ରାଜ୍ୟ ସରକାର ଗଢ଼ିଥିବା ଉଚ୍ଚ-ସ୍ତରୀୟ ତଦନ୍ତ କମିଟିର ରିପୋର୍ଟ ଆଧାରରେ କିଟ୍ ବିରୋଧରେ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋକସଭାରେ ଏପ୍ରିଲ 4 ତାରିଖରେ ଲିଖିତ ଉତ୍ତର ଦେଇଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ।

Advertisment

କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଉଭୟ ଭାରତ ଓ ନେପାଳ ସଂସଦରେ ଚର୍ଚ୍ଚାର ବିଷୟ ହୋଇଥିଲା। ଆତ୍ମହତ୍ୟା ଘଟଣା ପରେ କ୍ୟାମ୍ପସ ଅଶାନ୍ତ ହୋଇଥିଲା। ଛାତ୍ର ଆନ୍ଦୋଳନ କାରଣରୁ ନେପାଳୀ ଛାତ୍ରଙ୍କୁ ଯେଭଳି ହଠାତ୍ ବଳପ୍ରୟୋଗ କରି ନେପାଳ ପଠାଇ ଦିଆଗଲା ତାହା ଦୁଇ ଦେଶରେ ଉଦବେଗ ସୃଷ୍ଟି କରିଥିଲା। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନର ଏକ ଟିମ୍ ଭୁବନେଶ୍ବର ଆସି ତାଙ୍କର ତଦନ୍ତ ରିପୋର୍ଟକୁ ମାର୍ଚ୍ଚ 27ତାରିଖରେ ଏନଏଚଆରସି ଓ୍ବେବସାଇଟରେ ସାର୍ବଜନୀନ କରିଥିଲେ। ଏ ନେଇ ବିଭିନ୍ନ କର୍ତୃପକ୍ଷଙ୍କୁ 4 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବାବେଳେ ତା’ ଉପରେ ହାଇକୋର୍ଟ ବର୍ତ୍ତମାନ ପାଇଁ ସ୍ଥଗିତାଦେଶ ଜାରି କରିଛନ୍ତି।

ଆତ୍ମହତ୍ୟାର 11 ମାସ ପୂର୍ବରୁ ସଂପୃକ୍ତ ଛାତ୍ରୀ ଜଣକ ଅନ୍ୟତମ ସହପାଠୀ ଛାତ୍ର (ଅଦ୍ବିକ୍ ଶ୍ରୀବାସ୍ତବ)ଠାରୁ ମିଳିଥିବା ଯୌନ ନିର୍ଯାତନା ସଂପର୍କରେ କିଟ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲା। ମାର୍ଚ୍ଚ 21 ତାରିଖରେ ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ଦେଇଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

Advertisment

କିଟ୍‌ର ଇଣ୍ଟରନେସନାଲ୍ ରିଲେସନ୍ ଅଫିସ୍ (ଆଇଆରଓ) ଏହା ଜାଣିବା ପରେ ଝିଅଟିର ନଗ୍ନ ଫଟୋ ଉଡ଼ାଇବାକୁ ଅଭିଯୁକ୍ତ ଛାତ୍ରକୁ ନିର୍ଦ୍ଦେଶ ଦେଇଥିଲେ ବି ଏହାକୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ନିକଟକୁ ପଠାଇନଥିଲା ବୋଲି ମାନବାଧିକାର ଆୟୋଗ ତଦନ୍ତକାରୀ ଟିମ୍ ପ୍ରମାଣ ପାଇଥିଲେ।

KIITଲୋକସଭାରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଲିଖିତ ଉତ୍ତର

ଫେବ୍ରୁଆରୀ 16ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ପରେ ରାଜ୍ୟ ସରକାର ଫେବ୍ରୁଆରୀ 18 ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ନେତୃତ୍ବରେ ଏକ ତିନି-ଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଢ଼ିଥିଲେ। ସେମାନେ କିଟ୍ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପକ୍ଷଙ୍କୁ ଡକାଇ ତିନିଟିରୁ ଅଧିକ ବୈଠକ ନେଇଥିଲେ ବି ଏପର୍ଯ୍ୟନ୍ତ ରିପୋର୍ଟ ସାର୍ବଜନୀନ ହୋଇନାହିଁ କି ସରକାର ଏ ନେଇ କ’ଣ ପଦକ୍ଷେପ ନେଲେ ତାହା ସାର୍ବଜନୀନ କରିନାହାନ୍ତି।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ

Odisha KIIT Bhubaneshwar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe